No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଲବାର୍ସିଂ ପଞ୍ଚାୟତ ସ୍ଥିତ ଖସଡ଼ା ଜଳପ୍ରପାତ ଠାରେ ପାରଳାଖେମୁଣ୍ଡି ଡିଭିଜନ ର ଅସ୍ଥାୟୀ ବନ କର୍ମଚାରୀ ମାନଙ୍କର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାତଟି ରେଞ୍ଜ ର ପାଖାପାଖି ୬୦ ଜଣ ଅସ୍ଥାୟୀ ବନ କର୍ମଚାରୀ ଉପସ୍ଥିତ ଥିଲେ । ଏହି କର୍ମକର୍ତ୍ତା ଚୟନ ବୈଠକରେ ସଭାପତି ଭାବେ କୈଳାସ ଚନ୍ଦ୍ର ରାଉତ ,ଉପସଭାପତି ଭାବେ ଶିବରାମ ଦଳପତି ,ସମ୍ପାଦକ ଭାବେ ତାରିଣୀ ଚରଣ ପଣ୍ଡା ,ସହ ସଂପାଦକ ଭାବେ ଥବିର ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ମହାନ୍ତି ସମସ୍ତ କର୍ମଚାରୀଙ୍କ ସହମତି କ୍ରମେ ଚୟନ ହୋଇଥିଲେ ।
ପ୍ରତ୍ୟେକ ମାସରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ସମସ୍ତ କର୍ମଚାରୀ ମାନକ ସୁବିଧା ଅସୁବିଧା ଉପରେ ଆଲୋଚନା କରିବା ସହ କିପରି ସମାଧାନ ହେବ ଏବଂ କିଭଳି ନିଜ କାର୍ଯ୍ୟରେ ନିୟମିତ ନିଷ୍ଠାପର ଭାବେକାର୍ଯ୍ୟ କରି ଉପରିସ୍ଥ ଅଧିକାରୀଙ୍କ ପ୍ରିୟ ପାତ୍ର ହୋଇ ପାରିବେ ସେହି ବିଷୟରେ ସଭାପତି କୈଳାସ ଚନ୍ଦ୍ର ରାଉତ ନିଜ ସହକର୍ମୀ ଭାଇ ମାନକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ପରିଶେଷରେ ସମ୍ପାଦକ ତାରିଣୀ ଚରଣ ପଣ୍ଡା ଏହି କର୍ମକର୍ତ୍ତା ଚୟନ ବୈଠକ କୁ ଆୟୋଜନ କରିଥିବା କର୍ମଚାରୀ ତଥା ସମସ୍ତ ସହକର୍ମୀ ମାନକୁ ଧନ୍ୟବାଦ୍ ଦେବାସହ ପ୍ରତ୍ୟେକ ମୁହୂର୍ତ୍ତରେ ସେ ନିଜ ସହକର୍ମୀ ଭାଇମାନଙ୍କ ସୁଖ ଦୁଃଖରେ ଠିଆ ହେବା ସହ ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଲାଗି ପ୍ରତିଶୃତି ଦେଇଥିଲେ ।
No Result
View All Result