No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ପରିସରରେ ମଙ୍ଗଳବାର ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି l ବିଶେଷ କରି ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 74ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱର ଜନତା ମୈଦାନ ଠାରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l
ସେହିଠାରୁ ପ୍ରଧାନ ମନ୍ତ୍ରୀ ମୋଦି ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି କହିଲେ ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳ ଓ ସହରା ଞ୍ଚଳ ର ଗରିବ ମହିଳା ମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତି ଗତ ବିକାଶ ପାଇଁ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ମହିଳା ମାନଂକୁ ବାର୍ଷିକ ଦୁଇଟି କିସ୍ତି ରେ ଦଶ ହଜାର ମୋଟ 5ବର୍ଷରେ ସେମାନଂକୁ 50ହଜାର ଟଙ୍କା ଯୋଗାଇ ଦିଆଯିବ l
ବୋଲି ଏଲ ଇ ଡି ମାଧ୍ୟମରେ ଅଭିଭାଷଣ ରଖିଥିଲେ l ବ୍ଲକ ପରିସରରେ ଅନୁଷ୍ଠିତ ସଭାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ତାଙ୍କ ସହ ବିଡ଼ିଓ ବିଜୟକୁମାର ବେହେରା, ଏବିଡ଼ିଓ ନିରୋଦ କୁମାର ସାମଲ, ସିଡ଼ିପିଓ ଦେବକୀ ପଟେଲ, ଜିଲ୍ଲା ନୋଡାଲ ଅଫିସର ପ୍ରଶନ ମିଶ୍ର, ବିପିସି ମିଶନଶକ୍ତି ବିଜୟ କୁମାର ରଣା,
ବିପିଏମ ଗଣେଷ ଚନ୍ଦ୍ର ସ୍ୱାଇଁ, ଯୋଗଦେଇ ଯୋଜନାର ଲକ୍ଷ୍ୟ ଉଦେଶ୍ୟ ଉପରେ ଆଲୋକ ପାତ କରିଥିଲେ l ଏହି ପରିପ୍ରେକ୍ଷୀରେ ସ୍ୱଛତା ହିଁ ସେବାର ଶପଥ ପାଠ ବିଡ଼ିଓ ଶ୍ରୀ ବେହେରା ସମସ୍ତଙ୍କୁ କରାଇଥିଲେ l 2024-25ଆର୍ଥିକ ବର୍ଷରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ 7ଜଣ ହିତାଧିକାରୀ କାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l
ଏହା ସହିତ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର, ବଡ଼ିଓ ଶ୍ରୀ ବେହେରା ଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ର ମୋଟ 21ଟି ପଂଚାୟତରୁ ସମସ୍ତ ଏମ୍ବିକେ, ସିଆରପି, ଅଙ୍ଗନବାଡି କର୍ମୀ ଓ ଏସ ଏଚ ଜି ଗୋଷ୍ଠିର ମହିଳା ମହିଳା ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
No Result
View All Result