ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ବରୀ :- ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ରେ ପବିତ୍ର ୭୪ ତମ ସ୍ୱାଧୀନତା ଦିବସ ର ସନ୍ଧ୍ୟା ୬ଟାରେ ହାଇମାକ୍ସ ବିଦ୍ୟୁତ ଲାଇଟ ରେ ସମଗ୍ର ବରୀ ଆଲୋକିତ ହୋଇଥିବା ଦେଖିବାକୁ ମିଳିଛି । ଏହା ବିଧାୟିକା ଆଞ୍ଚଳିକ ପାଣ୍ଠିରେ କରାଯାଇଥିବା ସୂଚନା ମିଳିଛି । ବଇଁଶିରିଆ ପଂଚାୟତର ବାଲିଆପାଳ ହାଟ ରେ ହାଇମାକ୍ସ କୁ ବରିଷ୍ଠ ନାଗରିକ ପିତାମ୍ବର କରଙ୍କ କରକମଲ ରେ ଫିତା କାଟି ଶୁଭ ଉଦଘାଟନ କରାଯାଇଛି । ବିଧାୟିକା ସୁନନ୍ଦା ଦାସ ଉପସ୍ଥିତ ଥିଲେ, ସେହିପରି ଚନ୍ଦନପୁର ପଂଚାୟତର ଅଜାନ ଛକରେ ହାଇମାକ୍ସ ଲାଇଟ କୁ ଶହୀଦ ମାୟାଧର ଭୂୟାଁ ଙ୍କ ସୁପୁତ୍ର ତ୍ରିଲୋଚନ ଭୂୟାଁ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।
ବୌଦ୍ଧ ବିହାର ରତ୍ନଗିରି ଛକରେ ବରିଷ୍ଠ ନାଗରିକ ବିଷ୍ଣୁଚରଣ ମହାନ୍ତି, ବାଲିଆ ପଂଚାୟତର ବାଲିଆ କଲେଜ ଛକ ରେ ହାଇମାକ୍ସ ଲାଇଟ କୁ ଚୌଧୁରୀ ରାଜା ପାର୍ଥସାରଥୀ ସାମନ୍ତ ସିଂହାର ମହାପାତ୍ର ଉଦଘାଟନ କରିଥିଲେ । ଜିଲାପରିଷଦ ଅଶୋକ ସମାଲ ,ସରପଞ୍ଚ ଶରତ ଜେନା, ସରପଞ୍ଚ ପ୍ରବୀର ଜେନା ,ସମିତି ସଭ୍ୟ ପ୍ରଦୀପ ଘଡେଇ ,ଅଭିନ୍ନ ଜେନା, ବିଜୟ ନାୟକ, ରତ୍ନଗିରି ରେ ପଞ୍ଚାୟତ ସଭାପତି ମୋହନ ଚାନ୍ଦ ଜେନା, ବରୀ ବ୍ଲକ ବିଜେଡି ଯୁବ ସଭାପତି ରଞ୍ଜନ ପଣ୍ଡା, ବରୀ ବିଜୁ ଯୁବ ବାହିନୀ ସଭାପତି ବିରେନ୍ ରାଉତ, ଛାତ୍ର ବରୀ ବିଜେଡି ସଭାପତି ସଦିଚ୍ଛା ସାମଲ,ଛାତ୍ର ସମ୍ପାଦକ ସମ୍ବିତ ସାମଲ ଦେବୀ ଲାଲ ଜେନା,ଭଜନ ଲାଲ ଜେନା,
ଗିରିଶ ସାମଲ,ବ୍ରଜ ବନ୍ଧୁ ଭଞ୍ଜ,ବିପିନ୍ ବିହାରୀ ଦାସ, ଅଜୟ ମଲ୍ଲିକ, ବିଯିନ୍ ସାମଲ,ନିର ମଲ୍ଲିକ ପ୍ରମୁଖ ଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତି ରହି ଉତ୍ସାହ ପ୍ରକାଶ କରିଥିଲେ । ଝିପି ଝିପି ବର୍ଷା ସାଙ୍ଗକୁ ଜନଗହଳି ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ରହି ପାରି ନଥିଲା ହେଲେ ସମଗ୍ର ଅଂଚଳ ବିଦ୍ୟୁତ ଆଲୋକ ରେ ଆଲୋକିତ ହେବାକୁ ନେଇ ଆନଦ ପ୍ରକାଶ ପାଇଛି । (ରିପୋର୍ଟ-ସ୍ବୟଂ ପ୍ରକାଶ ଦାସ)