୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି l ପୂଜା ବିଧି ଅନୁସାରେ ମଙ୍ଗରାଜପୁର ସ୍ଥିତ ଯେନlଗlଡ଼ିଆ ପୁଷ୍କରିଣୀ ରୁ କର୍ମଚାରୀ ମାନେ ସେହିଦିନ ଅପରାହ୍ନ 2 ଘଟିକା ସମୟରେ କୁମ୍ଭ ବୁଡାଇ ପ୍ରଭୁ ବିଶ୍ୱକର୍ମା ଙ୍କ ଉଦେଶ୍ୟରେ ଜଳ ଆଣିଥିଲେ l

ପୂଜା ମଣ୍ଡପରେ ଉକ୍ତ କୁମ୍ଭରୁ ଜଳ ସିଞ୍ଚନ କରାଯାଇ ପୂଜା ମଣ୍ଡପକୁ ଶୁଦ୍ଧ କରାଯିବା ସଙ୍ଗେ ସଙ୍ଗେ ପୂଜା କାର୍ଯ୍ୟ ବିଧି ଅନୁଯାଇ ଆରମ୍ଭ କରାଯାଇ କୁମ୍ଭ ଯଥା ସ୍ଥାନରେ ସ୍ଥାପନ କରାଯାଇଥିଲା l ପରେ ପରେ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ ପୂଜା କାର୍ଯ୍ୟକ୍ରମ ରେ ନୂତନ ଭାବେ ଯୋଗଦେଇଥିବା ବିଦ୍ୟୁତ ବିଭାଗ ଅଧିକାରୀ ସୁଦର୍ଶନ କଦମସିଂ ମୁଖ୍ୟାଂଶେ ଦାୟୀତ୍ୱ ଗ୍ରହଣ କରିଥିଲେ l

ଏବଂ ଅନ୍ୟ ବିଦ୍ୟୁତ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଲଷ୍ମୀଧର ପଣ୍ଡା, ଶ୍ରୀଯୁକ୍ତ ସୁବ୍ରତ କୁମାର ସାହୁ ଓ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ସ୍ୱାଇଁ ପୂଜା କାର୍ଯ୍ୟକ୍ରମକୁ ସୁପରିଚାଳନା କରାଯିବା ନିମନ୍ତେ ପ୍ରତେକ୍ଷ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ l ଉକ୍ତ ପୂଜା କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟୁତ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ l ନିମନ୍ତ୍ରିତ ଅତିଥିଭାବେ ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ବଳିୟାରସିଂ, ଉପଖଣ୍ଡ ଯନ୍ତ୍ରୀ ଅଜିତ ମହାପାତ୍ର ,ଭୂଷଣ୍ଡପୁର କନିଷ୍ଠ ଯନ୍ତ୍ରୀ ଅଭିମନ୍ୟୁ ଜେନା ଓ ଚାନ୍ଦପୁର କନିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l ଅପରାହ୍ନ ରେ ପ୍ରସାଦ ସେବନ କରାଯାଇଥିଲା l

ରଣପୁର NAC :-

ରଣପୁର NAC ରେ ଧୁମଧାମରେ ପାଳିତ ହୋଇଯାଇଛି ବିଶ୍ୱକର୍ମା ପୂଜା ଦେଖିବାକୁ ମିଳିଥିଲା NAC କର୍ମୀମାନେ ଓ 15 ଟି ୱାର୍ଡ ର କାଉନସିଲର ଙ୍କ ସହିତ NAC ଚେୟାରମାନ ରଙ୍ଗୀନ ମହାନ୍ତି ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା l