No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବସ୍ତା :-> ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର ମଥାନୀଠାରେ ସକାଳ ୬ଟା ସୁଦ୍ଧା ଜଳସ୍ତର ୫.୯୮ ମିଟର ରହିଥିବାବେଳେ ତାହା କ୍ରମଶଃ ବୃଦ୍ଧି ପାଇ ସକାଳ ୭ଟାରେ ୬.୧୦ମିଟର, ୮ଟାରେ ୬.୧୭ମି., ୯ଟାରେ ୬.୨୨ ମି ଓ ପୂର୍ବାହ୍ଣ ୧୦ଟାରେ ୬.୨୬ ମିଟରରେ ପ୍ରବାହିତ ହେଉଛି। ତେବେ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଯାହା ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ଏଣୁ ଅନବରତ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଗତକାଲି ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର, ମୋରୋଡାରେ ୩୦, ୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାଇଛି, ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ମାତ୍ର ସତର୍କ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ପୂର୍ବାହ୍ଣ ୧୧ଟା ସୁଦ୍ଧା ବିପଦ ସଙ୍କେତ ତଳେ ଅର୍ଥାତ୍ ୬.୨୯ ମିଟରରେ ପ୍ରବାହିତ ହେଉଛି ।
No Result
View All Result