No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ପ୍ରଶାସନ ପକ୍ଷରୁ ରବିବାର ମହିଳା ଓ ଶିଶୁଵିକାଶ ବିଭାଗ ଓଡିଶା ସରକାର ଙ୍କ ଅଧୀନରେ ଥିବା ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଵା ଘରେ ଘରେ ସୁଭଦ୍ରା ବ୍ଲକ ର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ ଓ ବ୍ଲକ ସ୍ତରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହିଳା ମାନଙ୍କ ଦ୍ୱାରା ସଚେତନତା ରାଲି, ଦସ୍ତଖତ ଅଭିଯାନ ସହ ସୁଭଦ୍ରା ଯୋଜନା ବିଷୟରେ ମହିଳା ମାନଙ୍କୁ ବୁଝାଯିବା ସହ ସଚେତନତା କରାଯାଇଥିଲା l
ରାଜ୍ୟ ସରକାର ଙ୍କ ଏହି ଯୋଜନାରେ ମହିଳା ମାନେ ସଶକ୍ତି କରଣ ହେବା ସହ ପ୍ରତି ବର୍ଷ ଯୋଗ୍ୟ ମହିଳା ମାନଙ୍କୁ ବାର୍ଷିକ 10ହଜାର ଟଙ୍କା ସହାୟତା ରାଶି 5ବର୍ଷଯାଏ ପ୍ରଦାନ କରାଯିବ l ଏଣୁ ଆଜି ବିରିଡି ଛକରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସଚେତନତା ରାଲି କରାଯିବାସହ ବ୍ଲକ ସମିଳନୀ କକ୍ଷରେ ଏକ ବୈଠକ କରାଯାଇଥିଲା l
ବୈଠକରେ ଉପସ୍ଥିତ ଥିବା ବିଡ଼ିଓ ବିଜୟ କୁମାର ବେହେରା,ସିଡିପିଓ ଦେବକୀ ପଟେଲ, ବିପିସି ବିଜୟ କୁମାର ରଣା, ବିପିଏମ ଗଣେଷ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ମହିଳା ମାନଙ୍କୁ ଯୋଜନା ସମ୍ବନ୍ଧିୟ ସମସ୍ତ ତଥ୍ୟ ତଥା ମା ମାନଙ୍କୁ ବୁଝାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିପିଏ ଡମ୍ବରୁ ଧର ସାହୁ, ବିଏଲସି ଦୀପ୍ତି ମୟୀ ଦାଶ ପରିଚାଳନା କରିଥିଲେ l
No Result
View All Result