• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ବାରିପଦାରେ ଆରମ୍ଭ ହେଲା ପଦଯାତ୍ରା ଓ ସ୍ଵାକ୍ଷର ପ୍ରଚାର

Proprietor Abhimanyu Maharana by Proprietor Abhimanyu Maharana
September 16, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ବାରିପଦାରେ ଆରମ୍ଭ ହେଲା ପଦଯାତ୍ରା ଓ ସ୍ଵାକ୍ଷର ପ୍ରଚାର
Share on FacebookShare on TwitterWhatsapp

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ଓଡ଼ିଶାର ଆୟତନରେ ସର୍ବ ବୃହତ ଜିଲ୍ଲା, ମୟୂରଭଞ୍ଜ ଠାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ରବିବାର ଦିନ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ କଲେକ୍ଟୋରେଟ ଠାରୁ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରା ଯାଇଥିଲା ।

ଏହି ପଦଯାତ୍ରାରେ ୨୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନେ ଏବଂ ବାରିପଦା ଅଂଚଳର ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେବା ସହ ସ୍ଵାକ୍ଷର ପ୍ରଚାରରେ ନିଜକୁ ସାମିଲ କରିଥିଲେ। ଏହି ପାଦ ଯାତ୍ରାକୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ସହିତ ଘରେ ଘରେ ସୁଭଦ୍ରା ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ମିଶନ ଶକ୍ତି ସଂଗଠନର ସଂଯୋଜିକା ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଏହି ଯୋଜନାର ଦୂର ଫଳପ୍ରସୂ ବିଷୟରେ ଅବଗତ କରାଇଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆସନ୍ତା ୧୭ତାରିଖ ଠାରୁ ଏହି ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। ଏହି ଯୋଜନାକୁ ବ୍ଲକ, ପଂଚାୟତ, ଗାଁସ୍ତରରେ ବ୍ୟାପକ ସଚେତନତା ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଯୋଗାଯୋଗ ମାଧ୍ୟମରେ ସୃଷ୍ଟି କରାଯାଉଛି, ଯେଭଳି ମହିଳା ମାନେ ଠକାମିର ଶୀକାର ନ‌ ହେବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି , ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

ସୂଚନା ଥାଉକି, ଏହି ଯୋଜନାରେ ହିତାଧିକାରୀ ମାନେ ସୁବିଧା ପାଇବା ପାଇଁ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନପତ୍ର ନେଇ ଦାଖଲ କରାଇବେ । ଯେଭଳି ଯୋଗ୍ୟ ହିତାଧିକାରୀ ମହିଳା କେହି ବଂଚିତ ରହିବେ ନାହିଁ ସେ ଦିଗରେ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଦୃଷ୍ଟି ଦେଉଛି ଏବଂ କେହି ଯଦି ଠକାମିର ସୁରାକ୍ ମିଳିବା ମାତ୍ରକେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ପ୍ରେସ ବିବୃତି ମାଧ୍ୟମରେ କହିଥିଲେ।

ବିଶେଷ କରି ଏହି ଯୋଜନା ଦ୍ବାରା ଗ୍ରାମାଂଚଳର ମହିଳା ମାନେ ସଶକ୍ତ ହେବାରେ ସହଯୋଗ ହେବେ ଏବଂ ବର୍ତ୍ତମାନ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପରୀକ୍ଷମୂଳକ ଭାବେ ୧ ଟଙ୍କା ଆସିବା ଆରମ୍ଭ ହେବାରୁ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଆଜିର ଏହି ପଦଯାତ୍ରା, ସମଗ୍ର ଜିଲ୍ଲାରେ ପ୍ରତିଟି ବ୍ଲକ, ଗ୍ରାମପଂଚାୟତ ଏବଂ ଜିଲ୍ଲା ସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନତା ତଥା ଅବଗତ କରାଯାଇଛି। ଆସନ୍ତା ୧୭ ତାରିଖରେ ମାନ୍ୟବର ପ୍ରଧାନ ମନ୍ତ୍ରୀ, ଭୁବନେଶ୍ୱର ଠାରେ ଏହି ଯୋଜନାର ସଫଳ ଉଦ୍ଘାଟନ କରିବେ ଏବଂ ସେହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ ନେଇ ଚଞ୍ଚଳତା ଦେଖା ଦେଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026
ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 25, 2026
ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ

ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ

April 25, 2026
ସାଇ ଆରାଧନା ଦିବସ 

ସାଇ ଆରାଧନା ଦିବସ 

April 25, 2026

Recent News

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026
ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 25, 2026
ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ

ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ

April 25, 2026
ସାଇ ଆରାଧନା ଦିବସ 

ସାଇ ଆରାଧନା ଦିବସ 

April 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026
ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version