No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ମାଆ ଓ ଭଉଣୀମାନଙ୍କୁ ସ୍ବାବଲମ୍ବୀ କରିବାପାଇଁ ଶୁଭଦ୍ରା ଯୋଜନାର ସଫଳତା ନିମନ୍ତେ ଆଜି ବୋଲଗଡ ବ୍ଲକର ଫସିଓଦା ଗ୍ରାମପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ମାଆ ଓ ଭଉଣୀମାନେ ଶୁଭଦ୍ରା ପଦଯାତ୍ରା କରିଥିଲେ ! ଏହି ସୁଭଦ୍ରା ପଦଯାତ୍ରାରେ ଭାରତୀୟ ଜନତା ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଅଧିବକ୍ତା ଲୋତକ ବିନ୍ଦୁ ପଟ୍ଟନାୟକ, ମଣ୍ଡଳ ସଭାପତି ସଞ୍ଜୟ ବେହେରା,
ମଣ୍ଡଳ ସଂପାଦକ ଅଜିତ ପଟ୍ଟନାୟକ, ରାଜ୍ୟ ଶିକ୍ଷକ ସେଲର ସଞ୍ଜୟ ମହାପାତ୍ର, ମଣ୍ଡଳ ଉପସଭାପତି ବିନୋଦ ମହାରଣା, ଅଭିମନ୍ୟୁ ପଟ୍ଟନାୟକ, ଲକ୍ଷ୍ମୀଧର ବଳୀୟlରସିଂ ଓ ଜଗବନ୍ଧୁ ମୁଦୁଲି ପ୍ରମୁଖ ନେତୃମଣ୍ଡଳୀ ବିଭିନ୍ନ ଗ୍ରାମପଞ୍ଚାୟତରେ ଯୋଗ ଦେଇ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା କରାଇଥିଲେ।
ଫlସିଓଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ମାଆଓ ଭଉଣୀମାନଙ୍କର ଏକ ସଭାରେ ମୁଖ୍ୟଅତିଥି ଭାବେ ଲୋତକ ବିନ୍ଦୁ ପଟ୍ଟନାୟକ ଯୋଗଦେଇ ସୁଭଦ୍ରା ଯୋଜନା ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।
No Result
View All Result