No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଷ୍ମୀପୁର :-> ଲଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି 10 ଜଣ ସମିତିସଭ୍ୟ ସଭ୍ୟା l ଏଭଳି ପ୍ରସ୍ତାବ ଆଣି ସେମାନ ଆଜି ଜିଲ୍ଲାପାଳ ଭି କୀର୍ତି ଭାସନଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ପତ୍ର ଉଲ୍ଲେଖ ରହିଛି ଯେ, ଅଧ୍ୟକ୍ଷା ଶ୍ରୀମତୀ କୁଲେସିକା ତାଙ୍କ 30 ମାସ କାର୍ଯ୍ୟ କାଳରେ କେବଳ ତିନଟି ସମିତି ବୈଠକ ଡକାଇଛନ୍ତି l ସରକାରୀ ନିୟମ ଅନୁସାରେ ପ୍ରତି ତିନି ମାସରେ ଥରେ ସମିତି ବୈଠକ ବସିବା କଥା l
ନିୟମକୁ ସେ ଖୋଲାଖୋଲି ଉଲଂଘନ କରି ସେ କୌଣସି ବୈଠକ ଡାକୁନାହାନ୍ତି l ଗତ ମାସ 16 ତାରିଖରେ ଏକ ବୈଠକ ଡକାଯାଇଥିଲା l ବୈଠକରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ହିଁ ଉପସ୍ଥିତ ଥିଲେ l ଅନ୍ୟ କୌଣସି ଜନପ୍ରତିନିଧି ଉପସ୍ଥିତ ନଥିଲେ l ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲିଷ୍ଟ ଦେବା ପୂର୍ବରୁ ହିଁ ଠିକାଦାରଙ୍କ ଠାରୁ ପିସି ଆଦାୟ କରାଯାଉଛି l ଏମିତି କି ଅଧ୍ୟକ୍ଷାଙ୍କ ସ୍ୱାମି ବ୍ଲକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି l ବ୍ଲକରେ ଦୁର୍ନୀତି ରଖିବା ଏବଂ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହେଲେ ଯାଇ ସେମାନେ ବୈଠକରେ ଉପସ୍ଥିତ ରହି ସହଯୋଗ କରିବେ ବୋଲି ଜିଲ୍ଲାପାଳଙ୍କୁ କହିଛନ୍ତି l
No Result
View All Result