No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତାଧିକାରି ଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗତ ବିଧାନ ସଭା ନିର୍ବାଚନରେ ବିଜେପି ର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀ ମାନେ ଅସଦାଚରଣ କରିବା ସହ ଜୀବନ ରୁ ମାରିଦେବା ଧମକ ଅଭିଯୋଗ ହୋଇଛି ।
ସୂଚନା ଥାଉକି ଗତକାଲି ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ କାର୍ଯ୍ୟାଳୟରେ ଧସେଇ ପଶି ଅଧ୍ୟକ୍ଷା ଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ଝୋଲା ସମିତି ସଭ୍ୟା ମିତାଧିକାରୀ ଏହାର ପ୍ରତିବାଦ କରିବାରୁ
ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେ ଓ ତାଙ୍କ ସାଥିରେ ଆସିଥିବା ତାଙ୍କ ସହଯୋଗୀ ମାନେ ଆସି ମାଡ଼ ମାରିବା ସହ କହିଲେ ବର୍ତ୍ତମାନ ଆମ ସରକାର ଅଛି ତୁ ପାଞ୍ଚ ବର୍ଷ ଭିତରେ ବ୍ଲକ ଭିତରକୁ ଆସିଲେ ତୋର ବେକ କାଟି ଜୀବନରେ ମାରିଦେବୁ ଏବଂ ମୋତେ ରିଫିୟୁଜୁ ବଙ୍ଗାଲୁଣି ଛୋଟ ଲୋକ ବୋଲି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କନ୍ଧୁଣି,
ପାଲୁଣି କହି ମୋ ଜାତିକୁ ଆକ୍ଷେପ କରିଥିଲେ। ଏହି ଘଟଣାରେ ମୋର ମାନସମ୍ମାନ ହାନିହେବା ସହିତ ମୋ ଜୀବନ ପ୍ରତୀ ବିପଦ ଥିବାରୁ ମୁଁ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେଲି। ଏନେଇ ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ସମିତି ସଭ୍ୟା।ଥାନା ରେ ଲିଖିତ ଅଭିଯୋଗ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ସହିତ ୨୫ ରୁ ଉର୍ଦ୍ଧ୍ବ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
No Result
View All Result