ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) କେନ୍ଦୁଝର :- ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଆଜିର ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟର ଦୃଶ୍ୟକୁ ମନ୍ତ୍ରୀ ସୋସିଆଲ ମିଡିଆରେ ଅପଲୋଡ କରି କହିଛନ୍ତି –
“ ସବୁଠାରୁ ବଡ଼ ଭକ୍ତି – ଦେଶଭକ୍ତି , ସବୁଠାରୁ ବଡ଼ ସେବା – ଜୀବ ଜଗତର ସେବା , ସବୁଠାରୁ ବଡ଼ ଧର୍ମ – ମାନବ ଧର୍ମ , ସ୍ୱାଧୀନତା ଦିବସର ଅଭିନନ୍ଦନ । ”
ଏହି ଭବ୍ୟ ମହାସମ୍ବୋତ୍ସର ପାଳନ ଅବସରରେ ଦେଶକୁ ସ୍ୱାଧୀନତା ଆଣିଦେଇଥିବା ସେହି ବରେଣ୍ୟ ମହାମନିଷି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଅନ୍ତରିକତାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ସହିତ ରାଜ୍ୟର ଅଗଣିତ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ଶତକଡା ୬୨ ପ୍ରତିଶତ ଜନସାଧାରଣଙ୍କ ପ୍ରମୁଖ ବୃତ୍ତି ହେଉଛି କୃଷି । କୃଷି କ୍ଷେତ୍ରକୁ ଦିନକୁ ଦିନ ବହୁ ଯୁବକ ଆସୁଥିବାରୁ ମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି । କୃଷକମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଚେଷ୍ଟିତ ବୋଲି କହିଛନ୍ତି ।
ରାଜ୍ୟର କୃଷକ ମାନଙ୍କୁ ନିବେଦନ କରିଛନ୍ତି କରୋନା ଭୁତାଣୁ ସଂକ୍ରମଣ ଜନିତ ସ୍ଥିତିକୁ ଦୃଢତାର ସହିତ ମୁକାବିଲା କରି କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଳବ ସୃଷ୍ଟି କରନ୍ତୁ । ନିଜେ ସ୍ୱାବଲମ୍ବୀ ହେବା ସହିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ପ୍ରୟାସ କରନ୍ତୁ ଓ ଆମ ରାଜ୍ୟକୁ ଦେଶର କୃଷି ମାନଚିତ୍ରରେ ଏକ ଅଗ୍ରଣୀ ରାଜ୍ୟ ରୂପେ ଗଢି ତୋଳିବାକୁ ଆହ୍ୱାନ କରିଛନ୍ତି।