No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱରଙ୍କ ପ୍ରୋତ୍ସାହନ ଓ ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଭାଷା ସମ୍ପାନକାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ ଓ ସାହିତ୍ୟିକମାନେ ଯୋଗଦେଇ କହିଛନ୍ତି ଯେ ଓଡ଼ିଆ ଅସ୍ମିତାର କାଳଜୟୀ କଳାଶିଳ୍ପ ହେଉଛି ଆମ ଓଡ଼ିଆ ଭାଷା ଓ ସାହିତ୍ୟ l ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ସମ୍ବଳ ହେଉଛି ଭାଷା l
ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଭାଷା ସମ୍ପlନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଶିବ ମିଶ୍ର, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦ ଯୋଗଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରାଚୀନତା ଓ ଏହା କିପରି ଓଡ଼ିଆ ଜାତିକୁ ଏକତାର ସୂତ୍ରରେ ବାନ୍ଧି ରଖିଛି ତାହା ଉପସ୍ଥାପିତ କରିଥିଲେ l
ସମ୍ପlନର ମୁଖ୍ୟ ଆଲୋଚକ ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ବିଂଶ ଶତକର ଓଡ଼ିଆ ସାହିତ୍ୟ ଓ ସମ୍ୱଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଲମ୍ବୋଦର ସାହୁ ଓଡ଼ିଆ ଭାଷାର ଉତ୍ପତ୍ତି ତଥା ଏହାର କ୍ରମ ବିକାଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁସ୍ତକ ପ୍ରଦାନ ମାଧ୍ୟମରେ ସମ୍ବର୍ଦ୍ଧିତ କରିଥିଲେ l
ସଂଯୋଜକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଧୋବୀ ଚରଣ ପରିଡା ଭିତ୍ତି ପ୍ରବନ୍ଧ ଉପସ୍ଥାପିତ କରିଥିଲେ l ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ପରେ ସାଙ୍ଗଠନିକ ସମ୍ପାଦକ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ବର୍ଣ୍ଣନା କରିଥିଲେ l ଅତିଥିଙ୍କ ବକ୍ତବ୍ୟ ପରେ ଆୟୋଜିତ ଆଲୋଚନା ଚକ୍ର ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କବି ବାଳମୁକୁନ୍ଦ ଦାସ,
ଭିକାରୀ ଚରଣ ପ୍ରଧାନ, ସୁଶାନ୍ତ ଦାଶ, ଗବେଷକ ମଦନ ମୋହନ ମହାପାତ୍ର, ସାହିତ୍ୟ ସିନ୍ଦୁରl ସମ୍ପାଦକ ଗୋଲକ ପରିଡା, କବି ପ୍ରହଲ୍ଲାଦ ବେହେରା, ବିଚିତ୍ରାନନ୍ଦ ବେହେରା, ରମେଶ ମହାପାତ୍ର, ବୈରାଗୀ ବଳ, ତପସ୍ୱିନୀ ନନ୍ଦ, ବିମଳ ପଣ୍ଡା, ତ୍ରିବିକ୍ରମ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏହାପରେ ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ ପ୍ରବନ୍ଧ, ବକ୍ତୃତା ଓ ଭାଷା ଜ୍ଞାନ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୁରସ୍କୃତ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶୁଭଦର୍ଶିନୀ ପରିଡା l
No Result
View All Result