ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ରିପୋର୍ଟ -ସୋନାଲି, ରଣପୁର :- ରଣପୁର ଆଦର୍ଶ ବିଦ୍ୟା ମନ୍ଦିର ରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସରକାର ଙ୍କ ଘୋଷଣା ଅନୁଯାୟୀ ଏହି ବର୍ଷ ବିନା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପାଲିତ ହୋଈଥିଲା । ସେହିଭଳି ଆଜି କୋଭିଡି ନିୟମ କୁ ପାଳନ କରି ବିଦ୍ୟାଳୟ ରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ୱାଧିନତା ଦିବସ ପାଳନ କରିଛନ୍ତି ।
ବିଦ୍ୟାଳୟର ସଂଯୋଜକ ଙ୍କ ସଂଯୋଜନାରେ ସାମାଜିକ ଦୂରତାକୁ ରକ୍ଷା କରି ଏହି ଉତ୍ସବ ପାଳନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବିଜୟ କୁମାର ଜେନା ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ପ୍ରଦାନ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖର ଏ ଦେଶ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା ।
ଜାତିର ପିତା ମହାତ୍ମା ଗାନ୍ଧୀ , ଜବାହାର ଲାଲ ନେହେରୁ , ବକ୍ସି ଜଗବନ୍ଧୁ ଙ୍କ ସହିତ ଆମ ରଣପୁର ମାଟି ପାଈଁ ବଳିଦାନ ଦେଇଥିବା ମହାନ ବୀର ପୁରୁଷ ରଘୁ ଦିବାକର ଙ୍କୁ ଆଜି ଭଳି ଦିନରେ ମନେ ପକାଇଥିଲେ ଆଜି ଭଳି ଦିନରେ ଦେଶ ସ୍ୱାଧୀନତା ପାଇଥିଲା ବହୁ ଦେଶ ପ୍ରେମୀ ଙ୍କ ଦେଶ ପ୍ରେମ କୁ ସାରା ଭାରତ ଆଜି ସାଲ୍ୟୁଟ୍ ଦେଇଛି । ଆଜି କରୋନା ମହାମାରୀ ସଂକଟ ସମୟରେ ଦେଶଜାତି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ କହିଥିଲେ । ଏହି ଅବସର ରେ କୋଭିଡି କଟକଣା ମଧ୍ୟରେ ସ୍ୱାଧିନତା ଦିବସ ପାଳନ ହୋଇ ଯାଇଛି ।