No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖଣ୍ଡପଡ଼ା :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଵାଇଗୁଣିଆଗ୍ରାମସ୍ଥ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ବିଭାଗୀୟ ମୁଖ୍ୟ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବଳରାମ ସାହୁଙ୍କ ସଭାପତିତ୍ବରେ
ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଭାଗୀରଥି ମହାରଣା ମୁଖ୍ୟବକ୍ତା ଭାବରେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରିୟରଞ୍ଜନ ରଥ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜେ ନିଜର ଆତ୍ମ ଵିଶ୍ଵାସ ଓ କଠିନ ପରିଶ୍ରମ ବଳରେ ନିଜ ଲକ୍ଷ ପୂରଣ କରିପାରିବେ ,
ଏବଂ ପ୍ରତ୍ୟେକ ନିଜ ନିଜର ଅନ୍ତର୍ନିହିତ ଶକ୍ତି, ଦୁର୍ବଳତାକୁ ସଠିକ ଠାଵକରି ଉପଲବ୍ଧ ଜ୍ଞାନ ଦ୍ବାରା ଯେକୌଣସି ସୁଯୋଗର ସଦଉପଯୋଗ କରାଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ l ଅଧ୍ୟାପିକା ଅର୍ମୀତା ଦାସ ଅଧ୍ୟାପିକା ମେନାଲିସା ମହାରଣା ଓ ବିଭାଗୀୟ ସମସ୍ତ କର୍ମଚାରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରି ଥିଲେ l
No Result
View All Result