No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାମଚଣ୍ଡୀ :-> କୋଣାର୍କ ନିକଟସ୍ଥ ସୁତନ ଗ୍ରାମପଞ୍ଚାୟତର ୬ଗୋଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ୨୦୧୬ ମସିହା ଠାରେ ଓପିଟିସିଏଲ ମାଧ୍ୟମରେ ଆରମ୍ଭ କରାଯାଇଥିବା ସୁତନ ୩୩ କେବି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ବିଭାଗୀୟ ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ୮ବର୍ଷ ବିଳମ୍ବରେ କାର୍ଯ୍ୟ ସରିଥିଲେ ମଧ୍ୟ ସବଷ୍ଟେସନ କାର୍ଯ୍ୟକ୍ଷମ ହୋଇପାରିନଥିଲା ।
୫୦ ହଜାରରୁ ଊର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ଲୋ ଭୋଲଟେଜ ଯୋଗୁଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଥିଲା l ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସବ ଷ୍ଟେସନ କାର୍ଯ୍ୟକ୍ଷମ ପାଇଁ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ଏହା କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି ।
ଏହି ବିଦ୍ଯୁତ ସବଷ୍ଟେସନ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ସୁତନ, ତରକୋର, କାନପୁର, ଟିକନା, ହାଟୁଆ ଦଣ୍ଡା ଓ ଭିଙ୍ଗୁରାଡିହ ସମେତ ୧୦ରୁ ଉର୍ଦ୍ଧ୍ବ ଗ୍ରାମର ୫୦ହଜାର ବିଦ୍ୟୁତ ଉପଭୋକ୍ତା ଲୋ ଭୋଲଟେଜ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ୮ ବର୍ଷ ଧରି ଏହି ସବ ଷ୍ଟେସନର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହା ଚାର୍ଜ ହୋଇପାରିନଥିଲା ।
ଶୁକ୍ରବାର ଅପରାହ୍ନରେ ବିଭାଗୀୟ ଏସ ଡି ଓ ସୁଶାନ୍ତ କୁମାର ଆଚରି , ନିର୍ବାହୀ ଯନ୍ତ୍ରୀ (ନିମାପଡ଼ା) ବିଶ୍ଵରଞ୍ଜନ ବେହେରା,ସହକାରୀ ଯନ୍ତ୍ରୀ (କୋଣାର୍କ)ମଦନ ମୋହନ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଏହି ସବ ଷ୍ଟେସନ ଚାର୍ଜ ହେବା ସହ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି ।

No Result
View All Result