No Result
View All Result
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳ ଭାବରେ ପରିଚିତ କୁଜାମେଣ୍ଢି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୁଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଶିବିରରେ କୁଜାମେଣ୍ଢି ଗ୍ରାମପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ କୁଜାମେଣ୍ଢି, ବଣି, ପଧାନପଡା,
ମୁଣ୍ଡୁଳା, କଳାକିଆରୀ, ଅନ୍ଧାରବାଡି, ରୁପାଝରୀ, ଗୁଣ୍ଡୁରି ବାରୀ,ବନ୍ଧ ଖମଣ, ବିଜା ତଇଳା , କୁରାଢିନିଶା, ଦଶନିପଡା ପ୍ରଭୃତି ଗ୍ରାମର ୧୧୮ ଜନସାଧାରଣ କଂ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଓଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଡାକ୍ତର ରଂଜନ କୁମାର ମଲ୍ଲିକ, ଫାର୍ମାସିଷ୍ଟ ସୈlମ୍ଯ ରଂଜନ ଖୁଣ୍ଟିଆ, ଏଲ୍ ଟି ଆୟୂଷୀ ବେହେରା,
ଏ ଏନ୍ ଏମ୍ ରଶ୍ତିତା ବେହେରା ପରିଚାଳନା କରିଥିଲାବେଳେ , କୁଜାମେଣ୍ଢି ସବ୍ – ସେଣ୍ଟରର ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିର ପ୍ରତି ମାସର ୨ ୟ ଗୂରୁବାର ଦିନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ଉପାନ୍ତ ଅଂଚଳବାସୀ ବହୁ ଭାବରେ ଉପକୃତ ହେବେ ବୋଲି ଆଶାକରାଯାଉଛି ।
No Result
View All Result