No Result
View All Result
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- > ନୟାଗଡ଼ ଜିଲ୍ଲା ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରାଯାଇ ୬୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୁଚନା ରୁ ପ୍ରକାଶ ଯେ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଆଜି ସକାଳ ୮ଟା ସମୟରେ ଅତର୍କିତ ଭାବରେ ପ୍ରଥମେ ଗଣିଆ ଥାନା ଅନ୍ତର୍ଗତ ରାଇଗାଡିଆ ଗ୍ରାମର ଜସ୍ଵବନ୍ତ ବେହେରା ‘୩୫’ଙ୍କ ନିକଟରୁ ୩୦ ଲିଟର ଦେଶୀ ମଦ ଯବତ କରିଥିଲା ।
ସେହିଭଳି ଗଣିଆ ଥାନା ଅନ୍ତର୍ଗତ ଛମୁଣ୍ଡିଆ ଗ୍ରାମ ରେ ଚଢାଉ କରି ଧ୍ରୁବ ଚରଣ ଦଳେଇଙ୍କ ‘୫୮’ ଙ୍କ ନିକଟରୁ ୩୦ଲିଟର ଦେଶୀ ମଦ ଜବତ କରିଥିଲା । ଏ ଘଟଣା ରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉ ରେ ଓ ଆଇ ସି ଭବାନୀ ଶଙ୍କର ବେହେରା,ପ୍ରଦୀପ୍ତ କୁମାର ନାୟକ, ପ୍ରହଲ୍ଲାଦ ପ୍ରଧାନ, ଲକ୍ଷ୍ମୀ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।
No Result
View All Result