ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ରିପୋର୍ଟ ଅଭିମନ୍ୟୁ ,ଚାନ୍ଦପୁର :- ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ କୁ ଅମଲାତାନ୍ତ୍ରୀକ ଷଡ଼ଯନ୍ତ୍ର ରେ କୋଭିଡି ହସ୍ପିଟାଲ କରା ଯାଇଥିବା ଯୋଗୁଁ ସାଧାରଣ ଲୋକ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ହେଉଛନ୍ତି । ଚବିଶ ଘଣ୍ଟା ସ୍ବାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି ଏବଂ ନେଇଥିବା ଆନୁଷ୍ଠାନ ସମ୍ ହସ୍ପିଟାଲ ଏହାର ଆଡମିଷ୍ଟ୍ରେସନ୍ ଦାୟିତ୍ୱ ନେଇଛି ଯାହାକି ଜିଲ୍ଲା ପ୍ରଶାସନ ନେବା କଥା । ଏବଂ ଗ୍ରାମବାସୀ , ବସନ୍ତ ମଞ୍ଜରୀ ଦାନ କରିଥିବା ଜାଗା ଯେଉଁଠି ହସ୍ପିଟାଲ ନିର୍ମାଣ ହୋଈଛି । ସେଥିରେ ବସନ୍ତ ମଞ୍ଜରୀ ଙ୍କ ନାମ ଉଲ୍ଲେଖ କରାଯାଉନାହିଁ । ଯାହାକୁ ଅଞ୍ଚଳ ବାସୀ ସମେତ ବରିଷ୍ଠ ନେତା ବୃନ୍ଦ ଦୃଢ ପ୍ରତିବାଦ କରୁଛନ୍ତି ।
ଚାନ୍ଦପୁର ଜିଲ୍ଲା ପରିଷଦ ବିଜୟ କେତନ ସାହୁ ଙ୍କ ଆବାହକତ୍ୱ ରେ ଏକ ବୈଠକ ଡକା ଯାଇଛି ଓ ମୁଖ ପାତ୍ର ହିସାବ ରେ ମନୋଜ ଦାସ ଅବଗତ କରାଇଛନ୍ତି । ଏ ସଂକ୍ରାନ୍ତ ରେ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଚାନ୍ଦପୁର ୧୬ ତାରିଖ ରବିବାର ଅପରାହ୍ନ ୪ ଘଟିକା ଅପ୍ସରା କଲ୍ୟାଣ ମଣ୍ଡପ ଠାରେ ଏହି ସଂକ୍ରାନ୍ତ ର ଏକ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ଆଗାମୀ କାର୍ଯ୍ୟପଦା ସଂପର୍କ ରେ ଅମଲାତାନ୍ତ୍ରିକ ଷଡ଼ଯନ୍ତ୍ର କୁ ପଣ୍ଡ କରିବା ପାଇଁ । ଏବଂ ୩ ମାସିଆ ଏମ୍ୟୁ କୁ ବାତିଲ କରିବା ପାଈଁ , ମେଡ଼ିକାଲ ପୁନଃ ଫେରାଇ ଦେବା ପାଈଁ ଦୃଢ ବିରୋଧ କରିବେ । ଅଞ୍ଚଳ ର ପୁର୍ବଜ ଓ ରାଜମାତା ବସନ୍ତ ମଞ୍ଜରୀ ଦେଇଥିବା ଜାଗା ଙ୍କୁ ଅସଙ୍ଗତ କରାନଯାଇ ତାକୁ ଜନସାଧାରଣ ଙ୍କ ସେବା ରେ ସମର୍ପି ଦେବା ପାଇଁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଦାବି ରଖିଛନ୍ତି ।
ଏହି କଥା ର କଡ଼ା ବିରୋଧ ନିମନ୍ତେ ଡାକିଥିବା ବୈଠକ ରେ ସାମ୍ବାଦିକ , ବୁଦ୍ଧିଜୀବୀ ,ଅଞ୍ଚଳବାସୀ ସାମିଲ ହେବା ସହିତ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ନିମନ୍ତ୍ରୀତ କରାଯାଇଛି । ସାଧାରଣ ରେ ଦାବୀ ହେଉଛି ଯେ ପୁନଃ ବସନ୍ତମଞ୍ଜରୀ ହସ୍ପିଟାଲ କୁ ସାଧାରଣ ହସ୍ପିଟାଲ ରେ ପରିଣତ କରାଯାଉ । ଏବଂ ସ୍ଥାନୀୟ ଜନ ସଧାରଣ ଙ୍କ ଚିକିତ୍ସା କରାଯାଉ । ଏହି ଅଞ୍ଚଳ ରେ ଏଭଳି ଅସୁବିଧା ର ଶିକାର ହୋଇ ଅକ୍ସିଜେନ୍ ଅଭାବ ରୁ ୧୫ ଜଣ ନିରୀହ ଜୀବନ ହରାଇ ବସିଛନ୍ତି । ଏଥିନିମନ୍ତେ ବସନ୍ତ ମଞ୍ଜରୀ ହସ୍ପିଟାଲ କୁ କୋଭିଡି ମୁକ୍ତ କରି ସଧାରଣ ହସ୍ପିଟାଲ କରି ନିରୀହ ଲୋକ ଙ୍କୁ ଚିକତ୍ସା ଦିଆଯାଉ । ଏହି ଦୁଇ ମାସ ଭିତରେ ଏମ୍ୟୁ କୁ ବାତିଲ କରାଯାଉ ବୋଲି ଚାନ୍ଦପୁର ରେ ପ୍ରତିବାଦ ଜୋର ଧରିଛି ।