No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ସ୍ନାତକ ମହାବିଦ୍ୟାଳୟରେ ଆର ଜି କର ମେଡିକାଲ କଲେଜ ର ଡାକ୍ତରୀ ଛାତ୍ରୀ ଙ୍କୁ ହୋଇଥିବା ଗଣ ଦୁଷ୍କର୍ମ ଓ ହତ୍ୟାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚି଼ହ୍ନଟ କରି ତୁରନ୍ତ ଶାସ୍ତି ବିଧାନ ଦାବିରେ ବୁଧବାର ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ଆଲୋଚନା ଚକ୍ର ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l
ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶିଶିର ଦାସ, ଅଧ୍ୟାପକ ମନୋଜ ସାମଲ, ଆଶିଷ ମହାପାତ୍ର, ବିନତା ଦାଶ ପ୍ରମୁଖ ଆର ଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଶାସ୍ତି ବିଧାନ, ସର୍ବତ୍ର ନାରୀ -ଶିଶୁ କନ୍ୟା ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଅଶ୍ଳୀଳ ତା -ଅପସଂସ୍କୃତି -ମଦ ମାଦକଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବାକୁ ଦାବି କରିଛନ୍ତି l
ସାରା ଦେଶର ସବୁ ଜନଗଣ ଏହି ଦାବି ସପକ୍ଷରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ l ନ୍ୟାୟ ନମିଳିବାଯାଏ ଆନ୍ଦୋଳନ କୁ ଆହୁରି ଜୋରଦାର କରିବାକୁ କହିଥିଲେ ଶେଷରେ ପ୍ରତିବାଦ ଶୋଭା ଯାତ୍ରା କରି କାର୍ଯ୍ୟକ୍ରମ ସେସକରିଥିଲେ ଅନୁଷ୍ଠାନର ନେତ୍ରୀ ସସ୍ମିତା ସାହୁ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ l

No Result
View All Result