No Result
View All Result
ଟଳିଲା ଓ ଟି ପି ସମସ୍ୟା ଓ ସହଜ ହେଲା ଆବେଦନ ।
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସୁଭଦ୍ରା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବିଡିଓ ତଥା ଏବିଡିଏ ସାରଦା ପ୍ରସନ୍ନ ମହାନ୍ତି, ମହିଳା ଓ ଶିଶୁ ବିକାଶ ଅଧିକାରୀ ସଞ୍ଜୁକ୍ତ ସାମଲ, ବିପିସି (ମିସନଶକ୍ତି) ପ୍ରଭାକର ଦାସ, ସୁପରଭାଇଜର ରେଖାଞ୍ଜଳି କହଁର, ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍ବିକେ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି ଏହି ଯୋଜନାରେ ଯେଭଳି ତୃଣମୂଳ ସ୍ତରର ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ୍ ହୋଇପାରିବେ ସେନେଇ ଲୋକଙ୍କୁ ଅବଗତ କରାଯାଇଥିଲା। ଘୋଳାହାଣ୍ଡି ପଞ୍ଚାୟତରୁ ଏହି ରଥର ଶୁଭାରମ୍ଭ ହୋଇଥିବା ବେଳେ ଏହା ୨୦ଟି ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନ କରିବ। ଅନ୍ୟ ପକ୍ଷରେ, ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍ ଜାରି ରହିଛି।

ଏହାରି ମଧ୍ଯରେ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡ଼େଟ ଆସିଛି। ଏଣିକି ଆଉ ଦରକାର ପଡ଼ିବନିଓଟିପି। ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ। ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବାପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କହିବାକୁ ଗଲେ ‘ସୁଭଦ୍ରା’ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତି କରାଯାଇଛି ‘ସୁଭଦ୍ରା’ ଯୋଜନା ଆବେଦନକାରୀ ମାନେ ମୋବାଇଲ ନମ୍ବର ଲିଙ୍କ୍ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ ।

ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହି ସୁଯୋଗରେ ଦଲାଲ ମଧ୍ଯ ସକ୍ରିୟ ହୋଇ ଉଠିଥିଲେ। ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ଯ ଫର୍ମ ସବମିଟ କରି ପାରିବେ । ସୂଚନା ଅନୁଯାୟୀ, ୪ ସେପ୍ଟେମ୍ବର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି । ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ପୂର୍ବରୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ । ୧୭ ତାରିଖ ପରେ ମଧ୍ୟ ଆବେଦନ କରିବେ। ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇପାରିବେ ।
No Result
View All Result