No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗତ ଜୁଲାଇ ମାସରେ ଗୋପ ଥାନା ଅଧିନ ଏକ ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହେଵା ଘଟଣାର ୨ ମାସ ପରେ ଜଣେ ଅଭିଯୁକ୍ତକୁ ଗତ କାଲି ସଂନ୍ଧ୍ୟାରେ ଗୋପ ପୋଲିସ ଗିରଫ କରିଛି । ସୁଚନାମୁତାବକ ଗତ ଜୁଲାଇ ମାସ ୧ ତାରିଖ ଵିଳମ୍ବିତ ରାତ୍ରିରେ ଗୋପ ଥାନା ଅଧିନ ନାଗପୁର ଵଜାରରେ ଥିବା ରୁଦ୍ର ନାରାୟଣ ସାହୁଙ୍କ ଓମ୍ ସାଇ ଜୁଏଲାରୀ ଦୋକାନ ସଟର କାଟି କେତକ ଦୁଵୃତ୍ତ ୭ କେଜି ରୁପା ଅଳଙ୍କାର ସହ ୨୦ ଗ୍ରାମ ସୁନା ଅଳଙ୍କାର ଚୋରି କରିନେଇଥିଲେ ।
ଏନେଇ ଜୁଏଲାରୀ ମାଲିକ ରୁଦ୍ର ଗୋପ ଥାନା ରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୋକାନର ସିସି ଟିଭି ଯାଞ୍ଚ କରିବାରେ ଉକ୍ତ ନାଗପୁର ସାହିର ଜଣେ ଯୁବକ ଉକ୍ତ ଘଟଣାରେ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା । ହେଲେ ସେହିଦିନ ଠାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେହିଦିନ ଠାରୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।
ଗତ ଵୁଧଵାର ସଂନ୍ଧ୍ୟାରେ ଗୋପ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିହାରୀ ଅଭିଯୁକ୍ତ ଜଣକ ନାଗପୁର ଵଜାରରେ ଵୁଲୁଥିବାର କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ଘଟଣା ସ୍ଥଳରେ ପହଁଚି ନାଗପୁର ହାଟଚାଳିଆ ରୁ ଅଭିଯୁକ୍ତ ଅଭିଶେକ୍ ରାଉତ କୁ ଗିରଫ କରିଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଜାମିନ୍ ନାମଂଜୁର ହେଵାରୁ ତାକୁ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଥାନା ସୂତ୍ରୁରୁ ଜଣା ପଡିଛି ।
No Result
View All Result