No Result
View All Result
★ ହାତୀ ଭୟରେ ସଫା କରିଦେଲେ ବାଉଁଶ ବଣ ।
★ ହାତୀ ଦେଖିଲେ ହାର୍ଟ ଆର୍ଟାକ ହୋଇଯିବ – ବନପାଳ ।
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ହାତୀକଂ ପାଇଁ ଅ ସୁରକ୍ଷିତ ହୋଇପଡିଛି , ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଘୁମୁସର ବନଖଣ୍ଡ କୁ ସଂଯୋଗ କରୁଥିବା ହାତୀ କରିଡ଼ର । ହାତୀ ଦେଖିବା ପାଇଁ , ହାତୀ କରିଡ଼ର ମଧ୍ୟରୁ କାଟିଦେଲ ବାଉଁଶ ବୁଦା । ହାତୀଙ୍କ ଗତିବିଧି ଉପେର ନଜର ରଖିବା ପାଇଁ ଓ୍ବାଚ ଟାଓ୍ବାର ନିର୍ମାଣ ହୋଇଥିବା ବେଳେ, ଏହାର ଆଖପାଖ ସଫା କରିବା ବାହାନାରେ ଶହଶହ ସଂଖ୍ୟାରେ ବାଉଁଶ କାଟି ପଦା କରି ଦେଇଛନ୍ତି ବନ କର୍ମଚାରୀ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ବିରିଗଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମିଟୁକୁଳି ସଂରକ୍ଷିତ ଜଂଗଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଓ୍ବାଚ ଟାଓ୍ବାର ପାଖରୁ କିଛି ଲଟାବୁଦା ସଫା କରିବାକୁ ବନପାଳ କହିଥିବା ବେଳ , ଏଭଳି ବାଉଁଶ କାଟିବା ସମ୍ପର୍କରେ ସୂଚନା ନଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ।
ଏପେଟ କିନ୍ତୁ ବନପାଳ ରମେଶ କୁମାର ମଲିକ କହିଛନ୍ତି ସେଠାରେ ମୁଁ ଏବଂ ଓ୍ବାଚର ରହିବୁ । ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସାଧାରଣ ଲୋକଙ୍କୁ ସୂଚନା ଦିଆଯିବ । ହେଲେ ବାଉଁଶ ହାତୀଙ୍କ ଖାଦ୍ୟ ହୋଇଥିବା ବେଳେ ଏଠାକୁ ଯଦି ହାତୀ ଖାଇବାକୁ ଆସିବେ ତେବେ , ହାତୀ ଦେଖି ଆମର ହାର୍ଟ ଆର୍ଟାକ ହୋଇଯିବ । ସେଥିପାଇଁ ସେ ସବୁ ବାଉଁଶ କଟା ଯାଇଛି। ଏହାକୁ କୈlଣଷି ଏକ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସେ, ସଫେଇ ଦେଇଛନ୍ତି। ଅନ୍ୟପାର୍ଶ୍ବରେ ଏଭଳି ବାଉଁଶ କଟାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର କିଛି ଅଧିବାସୀ ବାଉଁଶର ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରିବଟା କରି ପରିବାର ଚଳାଉଛନ୍ତି ।
ହେଲେ ବିଭିନ୍ନ ସମୟରେ ସେ ସବୁ ବାଉଁଶ କାର୍ଯ୍ଯ କୁ ବନବିଭାଗ ପକ୍ଷରୁ ବାରଣ କରାଯାଉଥିବା ବେଳେ , କିଭଳି ଏତେ ସଂଖ୍ୟକ ବାଉଁଶ ବନ ବିଭାଗ ଗୋଚରରେ କଟାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ବଡ଼କଥା ହେଉଛି ନିର୍ମାଣ ହୋଇଥିବା ଓ୍ବାଚ୍ ଟାଓ୍ବାର ସମ୍ପର୍କରେ ବନପାଳ ଶ୍ରୀ ମଲିକଙ୍କ ନିକଟେର କୈlଣସି ସୂଚନା ନଥିବା କହିଛନ୍ତି । ଏଥିପାଇଁ କେତେ ଟଙ୍କା ମଞ୍ଜୁର ହୋଇଥିଲା ଓ କିଏ ନିର୍ମାଣ କରିଛି ସେନେଇ କୈlଣସି ସୂଚନା ନଥିବା କହିଛନ୍ତି ।
ହେଲେ ଏହା ନିର୍ମାଣ ପୂର୍ବରୁ କିଭଳି ଏଠାରେ ସ୍ଥାନ ଚୟନ କରାଗଲା ତାହା କୁ କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ , ହାତୀପାଇଁ ବନକର୍ମଚାରୀ ମାନେ ଅ ହେତୁକ ତତ୍ପର ହୋଇ ଉଠିଥିବା ବେଳେ, ଗତ ଜାନୁଆରୀ ମାସରେ ଉକ୍ତ ସେକ୍ସନର ଦୁର୍ଗାପ୍ରସାଦ ଗ୍ରାମ ନିକଟସ୍ଥ ବାଇଶିପଲ୍ଲୀ ଏକ୍ସେଟନସନ–୨ ବା ବିଲୁଆପଡ଼ା ଘାଟିରେ ଦନ୍ତା ହାତୀ ଶିକାର ହେବା ଘଟଣାର କିଭଳି ଟେର୍ ପାଇନଥିଲା ବନ ବିଭାଗ ? ତାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

No Result
View All Result