No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଷଷ୍ଠ ସନ୍ଧ୍ୟାରେ ବିଶିଷ୍ଟ କଥକ ନୃତ୍ୟ ପ୍ରଦର୍ଶକ ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟଙ୍କ ନୃତ୍ୟାନୁଷ୍ଠାନ ଉପାସନା ସେଣ୍ଟର ଫର୍ ଡ଼୍ୟାନ୍ସ କଥକ ନୃତ୍ୟ ମୁନ୍ଷ୍ଟ୍ରକ୍ ଉପସ୍ଥାପନ କରି ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ (ଡକ୍ଟର) ଅରୁଣା ମହାନ୍ତି; ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ୍ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର; ସିଙ୍ଗାପୁରର ଶିବା କନ୍ସଲଟାଣ୍ଟସ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ଶିବରାମ୍ ରାଜଗୋପାଳନ୍; ଏନ୍ଟିପିସିର ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁଳମଣୀ ବିଶ୍ୱାଳ ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା,

ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଷଷ୍ଠ ସଂଧ୍ୟାର ଉପସ୍ଥାପନରେ ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟ ପ୍ରଦର୍ଶକ ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ଉପାସନା ସେଣ୍ଟର ଫର ଡ଼୍ୟାନ୍ସ ଅନୁଷ୍ଠାନର ଶିଳ୍ପୀବୃନ୍ଧ ।

ସେମାନଙ୍କ ପରିବେଷଣରେ ଥିଲା ମୁନଷ୍ଟ୍ରକ – ଗୁରୁ ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ନୃତ୍ୟ ସଂରଚିତ ହେବା ସହିତ ଶ୍ରୀ ଜୟନ୍ତ ବାନାର୍ଜୀଙ୍କ ସଙ୍ଗୀତ ସଂଯୋଜନା ଏବଂ ଅମିତ ଦାସଗୁପ୍ତାଙ୍କ ସଂଳାପ, ବିପ୍ଳବ ଗାଙ୍ଗୁଲୀଙ୍କ ଦ୍ୱାରା ବର୍ଣ୍ଣିତ ଏହି ପ୍ରସ୍ତୁତିରେ ମଣିଷ ଓ ଚନ୍ଦ୍ରର କାହାଣୀକୁ ଦର୍ଶାଯାଇଥିଲା । ଏହି କାହାଣୀରେ ଜଣେ ନିଃସଙ୍ଗ ବ୍ୟକ୍ତି ଏବଂ ତାଙ୍କ ବନ୍ଧୁ ଚନ୍ଦ୍ରଙ୍କ ମଧ୍ୟରେ ଏକ ଚିନ୍ତନଶୀଳ ଓ ଭାବପୂର୍ଣ୍ଣ ବାର୍ତ୍ତାଳପକୁ ବର୍ଣ୍ଣନା କରାଯାଇଥିଲା ।

କଥକର ଛନ୍ଦମୟ ଅନ୍ତର୍ଭେଦୀ ବୈଶିଷ୍ଟ୍ୟ ସହିତ ନୃତ୍ୟ ସଂଯୋଜନା ଓ ଚିତ୍ତାକର୍ଷକ ସଙ୍ଗୀତରେ ପ୍ରସ୍ତୁତ ହୋଇଥିଲା ଯାହା ଚନ୍ଦ୍ରର ଉଭୟ ଆକାଶୀୟ ସୌନ୍ଦର୍ଯ୍ୟ ଏବଂ ଅନ୍ଧକାର ପାଶ୍ୱର୍କୁ ଚିତ୍ରିତ କରିଥିଲା । ଚନ୍ଦ୍ରମା ପ୍ରତି ମଣିଷର ଚିରନ୍ତର ଆକର୍ଷଣକୁ ଦର୍ଶାଇବା ସହିତ ପାରମ୍ପାରିକ ଓ ସମସାମୟିକ ପରସ୍ପର ସହ ଯୋଡ଼ି କଥକ ନୃତ୍ୟ ମୁନ୍ଷ୍ଟ୍ରକ୍ ପ୍ରସ୍ତୁତ କରାଯାଇଥିଲା । ଏହି ପ୍ରସ୍ତୁତିଟିର ଆଲୋକିକରଣ ସୋମେନ୍ ଚକ୍ରବର୍ତ୍ତୀ କରିଥିଲେ ।

ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରିଛନ୍ତି ।

ଏମ୍.ଜି.ଏମ୍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଛି । ଶାଲିମାର୍ କୋକାନଟ୍ ଅଏଲ୍, ନାଲକୋ, ଏସ୍.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି ।


No Result
View All Result