No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->ଆଜି କିଛି ଚାକିରି ଆଶାୟୀ ପ୍ରାର୍ଥୀ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ପୁଲିସ ମହାନିର୍ଦ୍ଦେକଙ୍କ ଜରିଆରେଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଅଭିଯୋଗ ଅନଯାୟୀ ଓଡ଼ିଶା ସବ ଅର୍ଡିଣେତ ଷ୍ଟାଫ ସିଲେକ୍କସନ କମିଶନଙ୍କର ନିଯୁକ୍ତି ପରୀକ୍ଷାରେ ଅନଲାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ତାକୁ ଅଫଲାଇନ କରାଇବା ପାଇଁ କେତେକ ମୁଷ୍ଟିମେୟ ଚକ୍ରାନ୍ତ ଚଳାଇଛନ୍ତି । ଅଫ ଲାଇନ ବ୍ୟବସ୍ଥାରେ ସ୍ଵଛତା ଆଣିବା ପାଇଁ ଅନଲାଇନ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଅନଲାଇନ ବ୍ୟବସ୍ଥାରେ ପ୍ରଶ୍ନପତ୍ର ଲିକ ହେବାର ସୁଯୋଗ ନଥାଏ କିନ୍ତୁଁ ଅଫ ଲାଇନ ବ୍ୟବସ୍ଥାରେ ପ୍ରଶ୍ନପତ୍ର ବ୍ୟାପକ ଭାବରେ ଲିକ୍ ହେବାର ସମ୍ଭାବନା ରହିଛି । ଉଦାହରଣ ଭାବେ ନୀଟ ପରୀକ୍ଷାକୁ ନିଆ ଯାଇ ପାରେ । କିଛି ଗୋଷ୍ଠୀ ସୋସିଆଲ ମିଡ଼ିଆ ଜରିଆରେ ପ୍ରଚାର କରି ରାଲି , ଧର୍ମଘଟ, ଅନ୍ୟାନ୍ୟ ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଅପବ୍ୟବହାର ସୁଯୋଗ କୁ ଉପଯୋଗ କରିବା ପାଇଁ ଅଫଲାଇନ ବ୍ୟବସ୍ଥାରେ ପରୀକ୍ଷା କରେଇବା ସେମାନଙ୍କର ମୂଳ ଉଦ୍ଦେଶ୍ୟ ।
ଅଧିକନ୍ତୁ ଦେଖାଯାଉଅଛି ଯେ ଏହି ଗୋଷ୍ଠି ,ବିରୋଧୀ ଦଳ ମାନଙ୍କ ଠାରୁ ଆର୍ଥିକ ପ୍ରୋତ୍ସାହନ ପାଉଛି ଓ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରୁଛି । କେନ୍ଦ୍ରୀୟ ଏଜେନ୍ସି ଯେପରିକି UPSC, SSC, Railway, NTA, Banks ମାନେ ଅନଲାଇନ ପରୀକ୍ଷାର ସଫଳ ଗ୍ରହଣକୁ ଆଖି ଆଗରେ ରଖି ଅନଲାଇନ ବ୍ୟବସ୍ଥା କରିଅଛନ୍ତି । ଏଥି ପାଇଁ ସେମାନେ ଅନୁରୋଧ କରି ଅଛନ୍ତି ଯେ କର୍ମନିଯୁକ୍ତିଆଶାୟୀ ଯୁବକ ଯୁବତୀ ମାନଙ୍କୁ ପ୍ରତାରଣା ଏବଂ ବିଭ୍ରାନ୍ତ କରିବା ପାଇଁ ଦାୟୀ ଗୋଷ୍ଠି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ପଦକ୍ଷେପ ଗ୍ରହଣ କରନ୍ତୁ। ଏହି ବିଷୟକୁ ପ୍ରାଥମିକତା ଦେଇ ପରୀକ୍ଷା ପ୍ରକ୍ରିୟାର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ।
No Result
View All Result