No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମସ୍ଥିତ ୩୬ ତମ ଗଣେଶ ମହୋତ୍ସବର ସୋମବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏଥିରେ ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଦିଲୀପ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି,ସରପଞ୍ଚ ହାଡୁବନ୍ଧୁ ମହାପାତ୍ର ମୁଖ୍ୟବକ୍ତା,ପୂର୍ବତନ ସମିତିସଭ୍ୟ ଅଜୟ କୁମାର ମହାପାତ୍ର,ଶିକ୍ଷାପ୍ରେମୀ ରାଜ କିଶୋର ପାଣିଗ୍ରାହୀ ଓ ଜିଲ୍ଲା ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ପିଢ଼ିକୁ ସୁଯୋଗ ଦେଇଥାଏ ମହୋତ୍ସବ ବୋଲି ମତ ପ୍ରକାଶ କରିଥିଲେ ।
ପରେ ବିଭିନ୍ନ କ୍ଷେତ୍ରରେ ଶିକ୍ଷା, ସ୍ଵାସ୍ଥ୍ୟ ଓ କଳାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା କଳା ସଂସ୍କୃତି ଓ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ରଙ୍ଗଶାଳା ପୁରୀ, ବଲାଙ୍ଗୀର ସରସ୍ଵତୀକଳାକେନ୍ଦ୍ର, କଟକ ଅଙ୍ଗାରଙ୍ଗା ଓ ବଡ଼ବେରଣା ମା କାଳିକା ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା । ସେହିପରି ଦ୍ବିତୀୟ ସନ୍ଧ୍ୟାରେ ଉପଦେଷ୍ଟା ରାଜ କିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର ମୁଖ୍ୟଅତିଥି,
ଶିକ୍ଷାବିତ କୁଳମଣି ମିଶ୍ର, ପୂର୍ବତନ ସରପଞ୍ଚ ଅର୍ଜୁନ ବେହେରା ଓ ସମାଜସେବୀ ସୋମ ନାରାୟଣ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ବାଦିକତା ବୃତ୍ତିରେ ଲୋହିତ ନାରାୟଣ ମହାପାତ୍ର, ସିନେକଳାକାର ଚୌଧୁରୀ ଜୟ ପ୍ରକାଶ ଦାସ,ରବି ନାରାୟଣ ମିଶ୍ର,ଉପସ୍ଥାପକ ତଥା ଏକକ ଅଭିନେତା ଅଭିଷେକ ପ୍ରଧାନ,ସ୍ବାସ୍ଥ୍ୟ ପରିଦର୍ଶୀକା ଭାନୁମତୀ ସାହୁ,ମେଧାବୀଛାତ୍ର ଜଗଦୀଶ ମହାପାତ୍ର ଓ ବିଦ୍ୟାଶ୍ରୀ ମହାପାତ୍ରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସଦସ୍ୟ ସୂର୍ଯ୍ୟ ନାରାୟଣ ଓଝା ମଞ୍ଚ ପରିଚାଳନା କରିଥିଲେ।ପରେ ଭଦ୍ରକ ମୋଗଲ ତାମସା,କଟକ ତ୍ରିନେତ୍ର କଳାକୁଞ୍ଜ ଓ ସ୍ଥାନୀୟ ନୃତ୍ୟଶିଳ୍ପୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
No Result
View All Result