No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାମେଶ୍ୱର :-> ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିବା ଓଡିଆ ଶ୍ରମିକଙ୍କ ମୃତ୍ୟୁ।ଓଡିଆ ଶ୍ରମିକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗ୍ରାମର ପାପୁନି କାଣ୍ଡି । ପାପୁନି କେରଳ କୁନୁର ଜିଲ୍ଲାରେ sky line କଂମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ପାପୁନି ଗତ ରବିବାର ରାତିରେ କଂମ୍ପାନୀରୁ ଛୁଟିରୁ ଫେରି ଘରକୁ ଆସି ଖାଇସାରି ଶୋଇଥିଲେ । ସୋମବାର ସକାଳୁ ପାପୁନି ଉଠିବା ବିଳମ୍ବ ହେବାରୁ ସାଗଂମାନେ ଡାକିଥିଲେ ହେଲେ ପାପୁନିର ସେଠାରେ କୈ।ଣସି କାରଣରୁ ମୃତ୍ୟୁ ଘଟିଥିଲା ।
ଏନେଇ କଂମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେ ପାପୁନି କୁ ମେଡିକାଲରେ ଭର୍ତ୍ତି କରିଥିଲେ ଡାକ୍ତର ସେଠାରେ ପାପୁନିକୁ ମୃତ୍ୟୁ ଘୋଷଣା କରିଛନ୍ତି । ପାପୁନି ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୂ ତାଙ୍କ ଉପରେ ପରିବାର ଲୋକେ ନିର୍ଭର କରୁଥିଲେ ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ମୃତକ ପାପୁନିର ଶବ ନିଜ ଜନ୍ମମାଟି ରାମେଶ୍ୱର କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜରିଆରେ ଶ୍ରମ କମିଶନର ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଆସନ୍ତା କାଲି ମୃତକ ପାପୁନିର ମୃତଦେହ ନିଜ ଜନ୍ମମାଟି ରାମେଶ୍ୱର କୁ ଆସିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।
No Result
View All Result