No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ମୁଖ୍ୟାଳୟ ସମେତ ଏହାର ଅଂଚଳରେ ଭଗବାନ ଗଣେଶଙ୍କ ଜନ୍ମ ଜୟନ୍ତୀରେ ମହା ଧୁମଧାମରେ ଶନିବାର ପୂଜାର୍ଚନା ଅନୁଷ୍ଠିତ ହୋଇଛି।ଏହି ପରିପ୍ରେକ୍ଷୀରେ ବୋଲଗଡ଼ସ୍ଥିତ ଗଣେଶ ବଜାର,ଗାନ୍ଧୀ ବଜାର,ମେଡ଼ିକାଲ ଛକ ବଜାର,ଥାନା ଛକ ବଜାର,ଗୋପବନ୍ଧୁ ଛକ ବଜାର,ବସ ଷ୍ଟାଣ୍ଡ ବଜାର ଓ ବ୍ଲକଚ୍ଛକ ବଜାର ଓ ସମସ୍ତ ସ୍କୁଲ,କଲେଜ,
ଟିଉସନ, କୋଚିଂ ସେଣ୍ଟର, ଟି ୟୁ ଟୋ ରି ଆ ଲ, ସିଂହ ବାହିନୀ ଯୁବକ ସଂଘ,ରାମଚଣ୍ଡୀ ଯୁବକ ସଂଘ, ଜିମସେଣ୍ଟର, ଯୋଗସ୍କୁଲ,ବୀଣାପାଣି ଶିଶୁ ମନ୍ଦିର,ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଏକାଡେମୀ ସମେତ ସମସ୍ତ ଇଂରାଜୀ ମିଡିୟମ ସ୍କୁଲ ମାନଙ୍କରେ ଆନନ୍ଦ ଉଲ୍ଲାସର ସହ ଭଗବାନ ଗଣେଶଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଛି । ସେହିପରି ବ୍ଲକ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ ସହିତ ବାଣିଜୀଙ୍କ ଅନୁଷ୍ଠାନ ମାନଙ୍କର ଗଜାନନ ଗଣେଶଙ୍କର ପୂଜାର୍ଚନା କରାଯାଇଛି ।
No Result
View All Result