No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା :-> ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପାରିଆ ପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ରୋମାଇଟ୍ ୱାସିଂ ପ୍ଲାଣ୍ଟ। ଯାହାର ବାର୍ଷିକ ଶୂନ ଦଶମିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କ୍ରୋମ ଓର୍ ବେନେଫିସିଏସନ୍ ପ୍ରକଳ୍ପ ପ୍ରତିଷ୍ଠା କରିବ ମେସର୍ସ ମଦର ରିସୋର୍ସଏସ୍ ଏଣ୍ଡ କୋ. କମ୍ପାନୀକୁ ଏଥି ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ଯାଙ୍କନ କର୍ତ୍ତୃପକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ କରିଛନ୍ତି. ଆଉ ଏଥି ନିମନ୍ତେ ଜନ ଶୁଣାଣି ଆସନ୍ତା ୧୧ ତାରଖରେ ହେବ ବୋଲି ପ୍ରଶାସନ ତଥା ପ୍ରଦୂଷଣ ବୋର୍ଡ ପକ୍ଷରୁ ନୋଟିସ ହୋଇଛି. ତାହା ବି ସ୍ଥାନୀୟ ଲୋକଙ୍କ ଅଗୋଚରରେ ରହିଥିଲେ ବି ପ୍ଲାଣ୍ଟ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ଏଠାକାର ଲୋକେ ।
କାରଖାନାଟି ପ୍ରତିଷ୍ଠା ହେବାକୁ ଯାଉଥିବା ସ୍ଥାନଟି ଚାଷ ଜମି ଓ ଗାଈଗୋରୁଙ୍କ ଚରାଭୂମୀ. ତେଣୁ କ୍ରୋମାଇଟ୍ ସଫା କରିବା ପାଇଁ ଏହି କାରଖାନା ସ୍ଥାପନ ହେଲେ ଏଥିରୁ ନିର୍ଗତ ଧୂଆଁ ଓ ଆବର୍ଜନା ପାଣି ଯେ କେତେ କ୍ଷତି ଘଟାଇବ, ତାହା ଆକଳନ କରିବା ମୁସ୍କିଲ. ସହଜେ ପୂର୍ବରୁ ବିରୋଧ ସତ୍ତ୍ୱେ ଏଠାରେ ଚାଲିଥିବା ଅନ୍ୟ ଗୋଟିଏ ପ୍ଲାଣ୍ଟର ଧୂଆଁ ଯେତିକି ଯନ୍ତ୍ରଣା ଦେଉଛି ଏବେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଆମ ଜୀବନ ଜିବିକା ଉପରେ ସଂପୂର୍ଣ୍ଣ ପ୍ରଭାବ ପଡିବ ବୋଲି କହିବା ସହ ପ୍ଲାଣ୍ଟ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ । ତେଣୁ ଆଗାମୀ ୧୧ ତାରିଖ ରେ ହେବାକୁ ଥିବା ଜନଶୁଣାଣୀ ରେ କାରଖାନା ଟି ନ ହେବାପାଇଁ ସ୍ଥାନୀୟ ଅଞ୍ଚଳ ବାସି ଘୋର ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ।
No Result
View All Result