ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର) ବରଗଡ଼ :- ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସଦର ମହକୁମା ସ୍ଥିତ ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ଶହୀଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରଗଡ଼ ଜିଲ୍ଲା ରେ କରୋନା ସଙ୍କ୍ରମଣକୁ ପ୍ରତିହତ କରିବା ପାଇଁ ଦିନ ରାତି କାର୍ଯ୍ୟ କରିଥିବା ପୋଲିସ, ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।
ଜିଲ୍ଲା ରେ ସରପଞ୍ଚମାନଙ୍କର କୋଭିଡ ନିୟନ୍ତ୍ରଣ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାଧୁବାଦ୍ ଜଣାଇଥିଲେ। ଜିଲ୍ଲା ର ଦୁଇ ଜଣ ପ୍ଲାଜା ଦାତା ରବୀନ୍ଦ୍ର କୁମାର ସାହୁ ଓ ଉମେଶ ଦାସ ଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ସୀମିତ କାର୍ଯ୍ୟସୂଚୀ ଅନୁଯାୟୀ ଜାତୀୟ ଦିବସ କୁ ପାଳନ କରାଯାଇଥିଲା। କେବଳ ପୋଲିସ ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ। ରିଜର୍ଭ ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ସାହୁ ପ୍ୟାରେଡ ପରିଚାଳନା କରିଥିଲେ। ଜିଲ୍ଲା ଏସପି ପଦ୍ମିନୀ ସାହୁ, ଜିଲ୍ଲା ପ୍ରଶାସନ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ। ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)