No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମରେ ଆଠଗୋଟି ଗଣେଶ ମଣ୍ଡପରେ ପ୍ରଭୁ ଗଜାନନ ଶନିବାର ଠାରୁ ପୂଜା ପାଉଛନ୍ତି । ରଙ୍ଗୀନ ଆଲୋକ ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ମଣ୍ଡପରେ ସାସ୍କୃତିକ କାର୍ଯ୍ୟ କରାଯାଉଥିବାରୁ ସନ୍ଧ୍ୟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଜନସାଧାରଣ ସେମାନଙ୍କର ପିଲାମାନଙ୍କୁ ସାଥିରେ ଧରି ବିଭିନ୍ନ ପୂଜା ମଣ୍ଡପ ବୁଲିବୁଲି କରୁଥିବା ଦେଖିବାକୁ ମିଳୁଛି ।
ଏହି ଅବସରରେ ନୂଆଗଡ଼ ରାମଲୀଳା ପୂଜା କମିଟି ପକ୍ଷରୁ ରବିବାର ରାତିରେ ପାଲା ପରିବେଷଣ ସହିତ ସମ୍ବର୍ଦ୍ଧନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ରାମଲୀଳା ପୂଜା କମିଟିର ସଭାପତି ଭୀମସେନ ରାଉତରାୟଙ୍କ ତତ୍ୱ।ବଧନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀ, ଉପଦେଷ୍ଟା ଶିଶିର କୁମାର ରାଉତରାୟ ,
ତ୍ରୈଲୋକ ପ୍ରଧାନ, ଚତୁର୍ଭୁଜ ମହାପାତ୍ର, ପିତାମ୍ବର ସାହୁ, ଜଳନ୍ଧର ବେହେରା, ପବିତ୍ର ମୋହନ ଶତପଥୀ, ପ୍ରକାଶ କୁମାର ସାହୁ, ଦେବେନ୍ଦ୍ର ନାୟକ, ସଦର ଥାନାର ଏସ୍ ଆଇ ସୁଶାନ୍ତ କୁମାର ସାହୁ, ଏ ଏସ୍ ଆଇ ସୁଶାନ୍ତ ଦାସଙ୍କ ସମେତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱରର ମହିଳା ପାଲାକାର ସବିତା ବେହେରା ଏବଂ ସେମାନଙ୍କର ସାଥୀ ମାନେ ପାଲା ପରିବେଷଣ କରିଥିଲେ । ବିକାଶ ରାଉତରାୟ ( ଲିପୁ ) ଦେବେନ୍ଦ୍ର ଭୂୟାଁ ଏବଂ ସାହିର ଯୁବକ ମାନେ ଉକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।
No Result
View All Result