No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ,ହଜ ଓ ଶଗଡ଼ଭଙ୍ଗା ପଞ୍ଚାୟତରେ ୧୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସୌର ଚାଳିତ ଶୀତଳ ଭଣ୍ଡାର ଉଦଘାଟନ ହୋଇଛ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ ଘାଟକ,ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ମୁଖ୍ୟବକ୍ତା,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଉପାଧ୍ୟକ୍ଷ ସାବିତ୍ରୀ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ,ସାଂସଦ ପ୍ରତିନିଧି ପ୍ରକାଶ ବିଜୁଳି, ବିଡ଼ିଓ ଲକ୍ଷ୍ମୀଧର ସାହୁ,
ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ସ୍ମିତା ମହାନ୍ତି, ବ୍ଲକ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଚିନ୍ମୟୀ ସାହୁ, ସରପଂଚ ଦମୟନ୍ତୀ ସାମନ୍ତରାୟ,ସନ୍ତୋଷୀ ରାୟ, ଲୀଲା ସ୍ଵାଇଁ, ସମିତି ସଭ୍ୟ ଦିଲୀପ ବଡ଼ଜେନା, ଅଞ୍ଜଳି ସାହୁ ଓ ଦୁର୍ଗା ଚରଣ ମଙ୍ଗରାଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କୃଷି କର୍ମଚାରୀ ଆଶିଷ ଦଳ ବେହେରାଙ୍କ ସମେତ କର୍ମଚାରୀ ମାନେ ପରିଚାଳନା କରିଥିଲେ । ସୂଚନା ଅନୁଯାୟୀ ଗତ ମାସ ୨୮ ତାରିଖରେ ଉଦ୍ୟାନ କୃଷି ବିଭାଗ ଓ ପଞ୍ଚାୟତ ଅନୁଦାନ ରାଶିରେ ବ୍ଲକ ପ୍ରଶାସନ ସହଯୋଗରେ ନିର୍ମାଣ ହେଉଥିବା ଶୀତଳଭଣ୍ଡାରକୁ ବିଧାୟକଙ୍କ ଅନୁପସ୍ଥିତିରେ ସାଂସଦ ଉଦଘାଟନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଥିଲା ।
ତେବେ ଏହି ଘଟଣାକୁ ନେଇ ସହଜରେ ହଜମ କରି ପାରି ନ ଥିଲେ ବ୍ଲକର ଅଧିକାଂଶ ସରପଂଚ,ସମିତିସଭ୍ୟ ଓ ଜନ ସାଧାରଣ ପ୍ରମୁଖ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଂସଦ ଶୀତଳ ଭଣ୍ଡାର ଉଦଘାଟନ କରିବା ପାଇଁ ଆସୁଥିବା ବିରୋଧାଭାସର ଖବର ପାଇ ଅଧା ବାଟରୁ ଫେରିଯାଇଥିଲେ ।ଶେଷରେ ପୁଲିସ ଉପସ୍ଥିତିରେ ସମାଧାନ କରାଯାଇ ଜିଲ୍ଲାପାଳ ଆଗାମୀ ସମୟରେ ଦିନ ଧାର୍ଯ୍ୟ କରି ଜଣାଇଲେ ଉଦଘାଟନ କରାଯିବ ବୋଲି ନିଷ୍ପତି ହୋଇଥିଲା ଶଗଡ଼ ଭଙ୍ଗା ,ହଜ ଓ ସିକୋ ପଞ୍ଚାୟତରେ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ମୋଟ ୪୫ ଲକ୍ଷ ଟଙ୍କା ଅନୁଦାନ ରାଶିରେ ୩ଟି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି । ତେବେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଓ ସ୍ଥାନୀୟ ପଂଚାୟତ ପକ୍ଷରୁ ୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
No Result
View All Result