No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଚାଲିଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଏନଏସଏଫ୨୫୦ଆରର ଚତୁର୍ଥ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମର ଯୁବ ରାଇଡରମାନଙ୍କ ଚମତ୍କାର ବେଗ ଦେଖିବାକୁ ମିଳିଥିଲା । ରେସ-୧ରେ ଚମତ୍କାର ବିଜୟ ହାସଲ କରିଥିବା ମୋହସିନ ପରମବାନ ରେସ-୨ରେ ମଧ୍ୟ ରୋମାଂଚକର ପ୍ରଦର୍ଶନ କରି ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିଛନ୍ତି । ଅତୁଳନୀୟ ସ୍ଥିରତା ଓ ନିୟନ୍ତ୍ରଣ ପ୍ରଦର୍ଶନ କରି ମୋହସିନ ସମସ୍ତଙ୍କୁ ପଛରେ ପକାଇ ବିଜୟ ପାଇଁ ଆବଶ୍ୟକ ରେଖା ଅତିକ୍ରମ କରିଥିଲେ । ସେ ୧୫:୦୬.୯୩୯ ସମୟରେ ରେସ ଶେଷ କରିଥିଲେ । ରେସ ଆରମ୍ଭରୁ ସେ ପ୍ରଭାବ ବିସ୍ତାର କରିଥିଲେ ଏବଂ ଆଗରେ ରହିଥିଲେ ।
କୋଣ ଅଂଚଳଗୁଡ଼ିକୁ ଚମତ୍କାର ଢଙ୍ଗରେ ପରିଚାଳନା କରି ସେ ରେସ ସାରା ନିଜର ଗତି ବଜାୟ ରଖିଥିଲେ । ବହୁ ଭଲ ଭାବେ ସେ ଅନ୍ୟ ରାଇଡରମାନଙ୍କୁ ଅତିକ୍ରମ କରିବା ସହ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ରେସ-୨ରେ ଅନ୍ୟତମ ରାଇଡର ପ୍ରକାଶ କାମାତ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେ ଅତୁଳନୀୟ ଦକ୍ଷତା ଓ ନିଷ୍ଠା ପ୍ରଦର୍ଶନ କରି ଅନ୍ୟ ରାଇଡରମାନଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ । ତୀବ୍ର ପ୍ରତିଯୋଗିତା ସତ୍ୱେ ସେ ୧୫:୦୮.୬୩୫ ସମୟ ନେଇ ରେସ ଶେଷ କରିଥିଲେ ଓ ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରଖିଥିଲେ ।
ରେସରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ସିଦ୍ଦେଶ ସାୱନ୍ତ । ସେ ଉଲ୍ଲେଖନୀୟ ସ୍ଥିରତା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେ ୧୫:୧୧.୧୭୨ ସମୟ ନେଇ ରେସ ଶେଷ କରିଥିଲେ ଯାହା ଏହି ଚାମ୍ପିଅନସିପରେ ତାଙ୍କର ବଢ଼ୁଥିବା ପ୍ରଭାବର ପ୍ରତିଫଳନ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ହେଉଛି ଏକ ସମ୍ମାନଜନକ ପ୍ଲାଟଫର୍ମ ଯାହାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନ୍ସିପ୍ ପାଇଁ ପରବର୍ତୀ ପିଢ଼ିର ଚାଳକ ବିକାଶ ଓ ସମୃଦ୍ଧ କରିବାକୁ ପ୍ରସ୍ତୁତ କରାଯାଇଛି । ରେସିଂର ବିଭିନ୍ନ ସ୍ତର ଅତିକ୍ରମ କରିବା ଲାଗି ଯୁବ ରାଇଡରମାନଙ୍କ ନିମନ୍ତେ ଏକ ସୋପାନ ଭାବେ ଏହାକୁ ବିକାଶ କରାଯାଇଛି ।
ଏହି ଚାମ୍ପିଅନ୍ସିପ୍ରେ ରାଇଡର୍ମାନେ ହୋଣ୍ଡା ଏନ୍ଏସ୍ଏଫ୍୨୫୦ଆର୍ ମେସିନ୍କୁ ବ୍ୟବହାର କରୁଛନ୍ତି ଯାହାକୁ ମୋଟୋ ୩ ରେସିଂ ପାଇଁ ବିକାଶ କରାଯାଇଛି । ଏହି ଚାମ୍ପିଅନ୍ସିପ୍ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପ୍ରତିଭାବାନ ରାଇଡର୍ମାନଙ୍କୁ ଚିହ୍ନଟ କରିବା ଓ ତାଲିମ ଦେଇ ସେମାନଙ୍କୁ ସମୃଦ୍ଧ କରିବା । ଏହା ଜରିଆରେ ଭାରତୀୟ ରାଇଡର୍ମାନେ ପ୍ରଫେସନାଲ୍ ମୋଟର ରେସିଂ ଦୁନିଆରେ ପ୍ରବେଶ କରିପାରୁଛନ୍ତି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ରେ ପାଂଚଟି ରାଉଣ୍ଡ ରହିଛି ଯାହାର ପ୍ରଥମ ରାଉଣ୍ଡ ୨୦୨୪ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍ରେ ହୋଇଥିଲା । ଚତୁର୍ଥ ରାଉଣ୍ଡ ୨୦୨୪ ସେପ୍ଟେମ୍ବର ୭-୮ରେ ସେହି ରାଉଣ୍ଡରେ ଅନୁଷ୍ଠିତ ହେବ । ପଂଚମ ରାଉଣ୍ଡକୁ ସମାନ ଟ୍ରାକ୍ରେ ଅକ୍ଟୋବରରେ ଆୟୋଜନ କରାଯିବ ।
No Result
View All Result