No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ. ପ୍ରଥମେ ପୁରୁଣା ଭୁବନେଶ୍ୱର ର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ l
ପରେ ପରେ ତିନିମୁଣ୍ଡିଆ ଛକ ରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶ ଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନ ଙ୍କ ପୂଜା କରିଥିଲେ. ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l
ସେଠାରେ ସମବେତ ଭକ୍ତ ମାନଙ୍କୁ ଶ୍ରୀ ପଟ୍ଟନାୟକ ଗଣେଶ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ l ବିଭିନ୍ନ ମଣ୍ଡପ ରେ ପୂଜା କମିଟି କର୍ମକର୍ତ୍ତା ଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା l ବିଧାୟକ ଶ୍ରୀ ସୁଶାନ୍ତ ରାଉତ.ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତଥିଲେ l

No Result
View All Result