ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ଜଟଣୀ :- ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ର ମଣ୍ଡଳ ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି , ସାମାଜିକ ଦୁରତା ସହକାରେ ଅନୁଷ୍ଠିତ ଏହି ସ୍ୱାଧିନତା ଦିବସ ପାଳନ ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧିକାରୀ ଶଶିକାନ୍ତ ସିଂ ଜାତୀୟପତକା ଉତ୍ତଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ୭୪ ତମ ଏହି ସ୍ଵାଧିନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ ଡ଼ି ଆର ଏମ ଶ୍ରୀ ଶଶିକାନ୍ତ ସିଂ କହିଥିଲେ ଯେ’ ଆଜି ଆମେ ଆମ ରାଷ୍ଟ୍ରର ପ୍ରଗତି ଏବଂ ସଂବୃଦ୍ଧି ଓ ଆମ ଦେଶବାସୀଙ୍କ କଲ୍ୟାଣ ପାଇଁ, ଦେଶର ଏକତା ଓ ଅଖଣ୍ଡତା ପାଇଁ ନିଜକୁ ସମର୍ପିତ କରୁଛୁ , ଏହି ସମୟରେ ସମଗ୍ର ଦେଶ କୋଭିଡ଼ 19 ମହାମାରୀ ଯୋଗୁଁ ଅତ୍ୟନ୍ତ କଠିନ ପରିସ୍ଥିତିରେ ଗତି କରୁଛି, ଏହି ମହାମାରୀ ସମୟରେ ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ, ପାର୍ସଲ ସ୍ପେଶାଲ ଏବଂ ପସେଞ୍ଜର ସ୍ପେଶାଲ ଟ୍ରେନ ଚଲାଇ ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯାତ୍ରୀ ଓ ଅନ୍ୟ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆମର ଆଗ ଧାଡ଼ିର କର୍ମଚାରୀ ଟି ଟି ଇ, ରେଳ ସୁରକ୍ଷାବଳ,ଡ଼ାକ୍ତର, ନର୍ସ, ଡ଼ାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ନିଜ ଜୀବନ କୁ ଖାତିର ନ’କରି ସେବା ପ୍ରଦାନ କରିଛନ୍ତି । ଆଜି ଏହିମାନେ ଅଧିକ ସଂକ୍ରମୀତ ହେବାର ଆଶଙ୍କା ଦେଖାଦେଇଛି ଏବଂ ମଣ୍ଡଳର କେତକ କର୍ମଚାରୀ ଏହି ମାରାତ୍ମକ ରୋଗରେ ମୃତ୍ୟୁବରଣ ମଧ୍ୟ କରିଛନ୍ତି ତଥାପି ରେଳବାଇର ଏହି କୋଭିଡ଼ ଯୋଦ୍ଧା ଟ୍ରେନର ସୁଚାରୁ ସଂଚାଳନ, ସୁନିଶ୍ଚିତ କରିବା ସହ ପୂର୍ଣ୍ଣ ମନୋଭାବରେ ନିଷ୍ଠାପରଭାବେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ମୁଁ ସେମାନଙ୍କ ଆଭାର ବ୍ୟକ୍ତ କରୁଛି । (ରିପୋର୍ଟ-ଇଫତେଖାର ଅଲ୍ଲୀ )