No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ କୁମାଣ୍ଡଳ ପାଟଣା ପଞ୍ଚାୟତସ୍ଥିତ ସରଳ ସିଂହ ଗ୍ରାମର ବିଶିଷ୍ଟ ସମାଜସେବୀ ରବି ନାରାୟଣ ପ୍ରସାଦ ନାୟକଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଚାରଣ ସଭା ନିଜ ବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସାହିତ୍ୟ ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ନାଚୁଣୀର ଏକ ଅଗ୍ରଣୀ ଅନୁଷ୍ଠାନ ଜାଗୃତିକା ପରିବାର ତରଫରୁ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ କଳୀଜାଇ କଲେଜର ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।
ଏଥିରେ ଚିଲିକା ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ଭିକାରୀ ଚରଣ ପ୍ରଧାନ,ଯୁବ ଯ୍ୟୋତି ଉଚ୍ଚ ବିଦ୍ୟାଳୟ କୁମାଣ୍ଡଳର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି,କବିଶ୍ରୀ ଶିବ ପ୍ରସାଦ ତ୍ରିପାଠୀ,ଚଣ୍ଡେଶ୍ଵର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ବିଶିଷ୍ଟ ସଂଗୀତଜ୍ଞ ଅଜିତ କୁମାର ମିଶ୍ର , ବାଣପୁର ବ୍ଲକର ପୂର୍ବତନ ଏବିଇଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇ ରବି ନାରାୟଣଙ୍କ ସମାଜ ପ୍ରତି ଅନେକ ଅବଦାନକୁ ଏକ ବଳିଷ୍ଠ ସମାଜ ସେବାର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ଅଭିହିତ କରିଥିଲେ ଓ ବିଦାୟୀ ଆତ୍ମାର ସଦ୍ ଗତି କାମନା କରିଥିଲେ। ଶେଷରେ ତାଙ୍କର ଜ୍ୟେଷ୍ଠ ଭ୍ରାତା ବିରଞ୍ଚି ନାରାୟଣ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result