No Result
View All Result
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜାୱା ଜେୟଦୀ ମୋଟରସାଇକଲସ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ୩୫୦ ଜାୱା ୪୨ ଏଫଜେକୁ ଉନ୍ମୋଚନ କରାଯାଇଛି । ଜାୱାର ୪୨ ଓ ୪୨ ବବରର ସଫଳତା ଆଧାରରେ ଗଠନ କରାଯାଇଥିବା ୩୫୦ ଜାୱା ୪୨ ଏଫଜେ ‘୪୨ ଲାଇଫ’ରେ ନୂତନ ଅଧ୍ୟାୟ ଯୋଡ଼ିଛି ଯାହା ହେଉଛି ଉତ୍କୃଷ୍ଟ ଡିଜାଇନ ଓ ଅତୁଳନୀୟ ଗାଡ଼ି ଚାଳନା ଅନୁଭୂତିକୁ ପ୍ରଦାନ କରୁଛି । ଜାୱାର ପ୍ରତିଷ୍ଠାତା ଫ୍ରାଂଟିସେକ ଜାନେକେକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ମୋଟରସାଇକଲର ନାମକରଣ କରାଯାଇଛି । ଆଧୁନିକ ମୋଟରସାଇକଲ ଉତ୍ସାହୀମାନଙ୍କୁ ବଳିଷ୍ଠ ଓ ଆଧୁନିକ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମୋଟରସାଇକଲ ଜରିଆରେ ଜାୱା ଡିଜାଇନ, ଶକ୍ତି, ଉପସ୍ଥିତି ଓ ଅତ୍ୟାଧୁନିକ ପ୍ରଯୁକ୍ତିର ମିଶ୍ରଣରେ ୨୦୨୪ରେ ଏହି ବର୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।
ଜାୱା ୟେଜଦୀ ମୋଟରସାଇକଲସର ସହ ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “ମୋଟରସାଇକଲ ଇଂଜିନିୟରିଂ ପାଇଁ ଆମ ଡିଜାଇନ ଆଧାରିତ ଦୃଷ୍ଟିକୋଣର ପ୍ରତୀକ ହେଉଛି ୨୦୨୪ ଜାୱା ୪୨ । ଏହି ମୋଟରସାଇକଲ ବିକାଶ କରିବାସରେ ଆମେ ଅଧିକ ସମୟ ଉପଯୋଗ କରି ‘ମୂଲ୍ୟ-ପ୍ରଦର୍ଶନ’ ସୂଚୀର ପରିସୀମାକୁ ବଢ଼ାଇଛୁ ଏବଂ ପ୍ରଦର୍ଶନ, ଫର୍ମ ଓ ଇଞ୍ଜିନିୟରିଂର ଶ୍ରେଷ୍ଠ ମିଶ୍ରଣ ହାସଲ କରିଛୁ । ଭାରତରେ ନିଓ-କ୍ଲାସିକର ଅଗ୍ରଦୂତ ଭାବେ ଜାୱା ୪୨ ଏଫଜେ ହେଉଛି ଆମ ଆହ୍ୱନପୂର୍ଣ୍ଣ ଭାବ ଓ ବୈପ୍ଳବିକ ଦୃଷ୍ଟିକୋଣର ପ୍ରମାଣ ।” ୩୫୦ ଜାୱା ୪୨ ଏଫଜେର ପ୍ରମୁଖ ଆକର୍ଷଣ ହେଉଛି ଆନୋଡାଇଜଡ ବ୍ରସଡ ଆଲମିନିୟମ ଇନ୍ଧନ ଟାଙ୍କି କ୍ଲାଡିଂ ଯାହା ହେଉଛି ଏହି ବର୍ଗରେ ପ୍ରଥମ ।
ଏହା ବାଇକକୁ ବେଶ ସୁନ୍ଦର କରିଥିବା ବେଳେ ବିଭିନ୍ନ ରଙ୍ଗ ଜରିଆର ଏହାକୁ ବଦଳାଇବାର ବିକଳ୍ପ ମଧ୍ୟ ରହିଛି । ଏଥି ସହିତ ରହିଛି ଆଲୁମିନିୟମ ହେଡଲ୍ୟାମ୍ପ ହୋଲଡର ଓ ଗ୍ରାବ ହାଣ୍ଡେଲ ଓ ଆଲୁମିନିୟମ ଫୁଟପେଗ୍ । ଏକ ଅଫ- ସେଟ ଇନ୍ଧନ ଟାଙ୍କି କ୍ୟାପ ଏହାର ଡିଜାଇନକୁ ଆହୁରି ଆକର୍ଷଣୀୟ କରିପାରିଛି । ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଅପସ୍ୱେପ୍ଟ ଏକଜଷ୍ଟ, ସମ୍ପୂର୍ଣ୍ଣ ଏଲଇଡି ଲାଇଟିଂ ପ୍ୟାକେଜ, ସମ୍ପୂର୍ଣ୍ଣ ଡିଜିଟାଲ ଇନଷ୍ଟ୍ରୁମେଂଟ କ୍ଲଷ୍ଟର ଓ ୟୁଏସବି ଚାର୍ଜିଂ ପୋର୍ଟ । ଏଥିରେ ୩୫୦ ଆଲଫା ୨ ଇଂଜିନ ବ୍ୟବହାର କରାଯାଇଛି ଯାହ ୨୯.୨ ପିଏସ ଶକ୍ତି ଓ ୨୯.୬ ଏନଏମ ଟର୍କ ଉତ୍ପନ୍ନ କରୁଛି ।
ଏହାର ସ୍ମାର୍ଟ ଗିୟର ଭିତିକ ମ୍ୟାପିଂ ଓ ଛଅ ସ୍ପିଡ ଗିୟର ବକ୍ସ, ଏଆଣ୍ଡଏସ କ୍ଲଚ୍ ପ୍ରଯୁକ୍ତି ମୋଟରସାଇକଲର ପ୍ରଦର୍ଶନରେ ଉନ୍ନତି ଆଣି ନିଓ କ୍ଲାସିକ ବର୍ଗରେ ଏହାର ଉପସ୍ଥିତିକୁ ବେଶ ଦୃଢ଼ କରିପାରିଛି । ଏହାର ୧୪୪୦ ଏମଏମ ହ୍ୱିଲବେସ ଓ ୧୭୮ ଏମଏମ ଗ୍ରାଉଣ୍ଡ କ୍ଲିୟରାନ୍ସ, ଡୁଆଲ ଚ୍ୟାନେଲ ଏବିଏସ, ବଡ଼ ଡିସ୍କ ବ୍ରେକ ଗାଡ଼ିର ସୁରକ୍ଷା ଓ ଶକ୍ତିରେ ବେଶ ଉନ୍ନତି ଆଣିପାରିଛି । ଜାସୱା ୪୨ ଏଫଜେର ଦାମ ୧,୯୯,୧୪୨ ଟଙ୍କାରୁ ଆରମ୍ଭ ହୋଇଛି । ଏହା ବିଭିନ୍ନ ପ୍ରକାର ଭାରିଆଂଟରେ ଉପଲବ୍ଧ ହୋଇଛି । ଡିପ ବ୍ଲାକ ମ୍ୟାଟ ରେଡ କ୍ଲାଡ, ଡିପ ବ୍ଲାକ ମ୍ୟାଟ ବ୍ଲାକ କ୍ଲାଡ, କସମୋ ବ୍ଲୁ ମ୍ୟାଟ, ମିଷ୍ଟିକ କପର, ଅରୋରା ଗ୍ରିନ ମ୍ୟାଟ ଓ ଅରୋରା ଗ୍ରିନ ମ୍ୟାଟ ସ୍ପୋକରେ ଏହା ଉପଲବ୍ଧ ହୋଇଛି ।
No Result
View All Result