No Result
View All Result
ଆଗାମୀ ଚଳଚ୍ଚିତ୍ର ସ୍ୟାଡ ଲେଟର୍ସ ଅଫ ଆନ୍ ଇମାଜିନାରୀ ଓମ୍ୟାନ୍ର ଏକ ସ୍ଥିର ଚିତ୍ର
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନିଧି ସାକ୍ସେନାଙ୍କ ସ୍ୟାଡ ଲେଟର୍ସ ଅଫ ଆନ୍ ଇମାଜିନାରୀ ଓମ୍ୟାନ୍ ସମ୍ମାନଜନକ ବୁସାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ବିଆଇଏଫଏଫ୍)ର ୨୯ତମ ସଂସ୍କରଣରେ ଚଳିତ ବର୍ଷ ଅକ୍ଟୋବରରେ ପ୍ରିମିୟର ହେବାକୁ ଯାଉଛି! ଏହି ଚଳଚ୍ଚିତ୍ର “ଏ ୱିଣ୍ଡୋ ଅନ୍ ଏସିଆନ ସିନେମା’ ବିଭାଗ ଅଧୀନରେ ପ୍ରିମିୟର ହେବାକୁ ଯାଉଛି, ଯାହା ଇତିମଧ୍ୟରେ ଇତିହାସ ସୃଷ୍ଟି କରିସାରିଛି । ଏହି ରୋମାଂଚକ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିଧି ସାକ୍ସେନା, ପ୍ରଥମ ଭାରତୀୟ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିମନ୍ତେ ପୋଷ୍ଟ ପ୍ରଡକ୍ସନ ବର୍ଗରେ ୨୦୦୪ରେ ଅନନ୍ୟ ଏସିଆନ୍ ସିନେମା ଫଣ୍ଡ୍ ସମ୍ମାନ ଲାଭ କରିଥିଲେ । ନୀଳ ମାଧବ ପଣ୍ଡା, ବିମୁକ୍ତି ଜୟସୁନ୍ଦରା, ଅଜେନ୍ଦର ସିଂଙ୍କ ପ୍ରଯୋଜିତ ସ୍ୟାଡ୍ ଲେଟର୍ସ ଅଫ ଆନ୍ ଇମାଜିନାରୀ ଓମ୍ୟାନ ସ୍ମୃତି ଏବଂ ପରିଚୟର ବିଷୟବସ୍ତୁ ଉପରେ ଆଧାରିତ ହୋଇଛି ।
ଏହା ଜଣେ ମଧ୍ୟ-ବୟସ୍କା ମହିଳାଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ଯିଏ ଚିଠିପତ୍ର ଏବଂ ଫୋନ୍ କଲ ଜରିଆରେ ନିଜର ଯୁବ ବୟସ କଥା ଚିନ୍ତା କରିବା ସମୟରେ ନିଜ ଅତୀତର ଘଟଣାଗୁଡିକୁ ନେଇ ସାମ୍ନା କରୁଛନ୍ତି । ସେମାନଙ୍କର ଜରାଜୀର୍ଣ୍ଣ ପୈତୃକ ଘରେ ନିଜର ବୟସ୍କା ମା’ଙ୍କ ସହିତ ରହୁଥିବା ଏହି ମହିଳା ଓ ତାଙ୍କ ମା’ ସେମାନଙ୍କର ଜୀବନର ସାମ୍ପ୍ରତିକ ସ୍ଥିତିରୁ ଏକ ଲୋପ ପାଇଯାଉଥିବା ରୀତି ନୀତି ଜରିଆରେ ନିଜକୁ ମୁକ୍ତ କରିବାର ଇଛା ରଖୁଛନ୍ତି । ନିର୍ଦ୍ଦେଶିକା ନିଧି ସାକ୍ସେନା ତାଙ୍କର ପ୍ରଥମ ପ୍ରକଳ୍ପ ସମ୍ପର୍କରେ ପ୍ରକାଶ କରି କହିଛନ୍ତି, “ଏସିଆନ୍ ସିନେମା ଫଣ୍ଡ୍ ସମ୍ମାନ ଲାଭ କରିବା ଏକ ମହାନ ଗୌରବ ଏବଂ ସଶକ୍ତ କରିବା ଭଳି ହୋଇଛି, ବିଶେଷକରି ଏହା ଭାରତୀୟ ସିନେମାରେ ମହିଳାଙ୍କ ପାଇଁ ଏକ ମାଇଲଖୁଂଟ ଭାବରେ ବିବେଚିତ ହେଉଛି ।
ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ସମାଲୋଚକମାନେ ମଧ୍ୟ ସେହି ସମାନ ମତ ପୋଷଣ କରୁଛନ୍ତି, ଏବଂ ମୋ ପରିସରକୁ ପରିବ୍ୟାପ୍ତ କରିବା ପାଇଁ ମୋତେ ସୁଯୋଗ ଦେଉଛନ୍ତି! ସ୍ୟାଡ୍ ଲେଟର୍ସ ବୁସାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଥମ କରି ପ୍ରଦର୍ଶିତ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ମୋ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ, ଯେମିତିକି ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଅଥବା ଏକ ଅତି ଆକାଙ୍କ୍ଷିତ ଫୋନ କଲ୍ ଯାହା ବିଶ୍ୱ ପାଇଁ ମୁଁ ପ୍ରସ୍ତୁତ କରୁଛି । ଫ୍ରିଡାଙ୍କ ଦ୍ୱାରା ଏକ ପେଂଟିଙ୍ଗ ‘ଦି ଟୁ ଫ୍ରିଡାସ୍’ ରହିଛି, ଯାହା ଦୁଇଜଣ ଫ୍ରିଡା ଏକତ୍ର ପରସ୍ପରର ହାତକୁ ଧରି ବସିଥିବା ଜଣଙ୍କର ଦୁଇଟି ଚିତ୍ର । ସେ ତାଙ୍କ ନିଜକୁ ଘାରୁଥିବା ଏକାକୀପଣ ଜରିଆରେ ନିଜକୁ ସହାୟତା କରିବା ପ୍ରଚେଷ୍ଟା କରୁଛନ୍ତି । ମୋ ଚଳଚ୍ଚିତ୍ର ସେହିଭଳି ଭାବରେ ତାହା ସହିତ ସାମଞ୍ଜସ୍ୟ ରଖୁଛି ।
”ପ୍ରଯୋଜକ ନୀଳ ମାଧବ ପଣ୍ଡା କହିଛନ୍ତି, “ଏହି ଚଳଚ୍ଚିତ୍ର ଏକ ଆନ୍ତର୍ଜାତିକ ମଂଚ ପାଇବା ନେଇ ମୁଁ ଅତ୍ୟନ୍ତ ଉଲ୍ଲସିତ! ସ୍ୟାଡ ଲେଟର୍ସ ଟୁ ଆନ୍ ଇମାଜିନାରୀ ଓମ୍ୟାନ ଏକ ଚମତ୍କାର ଚଳଚ୍ଚିତ୍ର ଯାହା ଜଟିଳ ତତ୍ୱ ମଧ୍ୟକୁ ଦୃଷ୍ଟିନିକ୍ଷେପ କରୁଛି ଏବଂ ଏହା ଏକ ବୃହତ ମଂଚରେ ଉପସ୍ଥାପିତ ହେବା ଦେଖିବା ପ୍ରକୃତରେ ଅତ୍ୟନ୍ତ ବାସ୍ତବ ଅନୁଭୂତି ପ୍ରଦାନ କରିବ ।” ଏସିଆନ୍ ସିନେମା ଫଣ୍ଡ ସମ୍ମାନରେ ସମ୍ମାନିତା ଏବଂ ତାଙ୍କର ଚଳଚ୍ଚିତ୍ର ବୁସାନ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଥିବାବେଳେ ସାକ୍ସେନାଙ୍କ ସଫଳତା ତାଙ୍କର ପ୍ରତିଭା ସମ୍ପର୍କରେ ଆଲୋକପାତ କରୁଛି ଏବଂ ବିଶ୍ୱ ମଂଚରେ ଭାରତୀୟ ଚଳଚ୍ଚିତ୍ର ନିମନ୍ତେ ଏକ ଉଲ୍ଲେଖନୀୟ ମୁହୂର୍ତ ହେବାକୁ ଯାଉଛି । ତାଙ୍କ କାହାଣୀ ଆନ୍ତର୍ଜାତି ଚଳଚ୍ଚିତ୍ର ଶିଳ୍ପରେ ଭାରତୀୟ ମହିଳାମାନଙ୍କର ବର୍ଦ୍ଧିତ ପ୍ରଭାବର ଏକ ନିଦର୍ଶନ ହୋଇଛି ।
No Result
View All Result