
“ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡି”
ମାଲକାନଗିରି (ଓଡିଶା ତାଜା ନିଉଜ୍) ମାଲକାନଗିରି :- କଟକ ସ୍ୱାଧୀନତାର ୭୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପ୍ରଥମ “ମାଣ୍ଡିଆ ମଣ୍ଡି” ଆଜି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ଶୁଭ ଉଦ୍ଘାଟନ ହୋଇଛି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶ୍ଵରେ ଥିବା ୧ ୫୧ ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ନିର୍ମାଣ ହେଲା “ଗୁରୁପ୍ରିୟା ସେତୁ” । ଦିନେ “ବିଛିନ୍ନାଞ୍ଚଳ” ଭାବେ ପରିଚିତ ଅଞ୍ଚଳ ଏବେ “ସ୍ୱାଭିମାନ ଅଞ୍ଚଳ” ଭାବେ ନାମିତ । ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିବ , ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି ।

“ଓଡ଼ିଶା ମିଲେଟ ମିଶନ” ଓଡ଼ିଶା ସରକାରଙ୍କର ଏକ ରାଜ୍ୟସ୍ତରୀୟ ଯୋଜନା । ଏହି ଯୋଜନାର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉତ୍ପାଦନ ଓ ପୋଷଣତାକୁ ରାଜ୍ୟର ୧୪ ଟି ଜିଲ୍ଲାର ୭୨ ଗୋଟି ବ୍ଲକରେ ପୁନରୁଦ୍ଧାର କରାଇବା । ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି , ଖାଇରପୁଟ , ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହୋଇଛି । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି
