No Result
View All Result
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଟଣୀ :-> ଏଲ ଇଶ୍ୱର ରାଓ ସୂକ୍ଷ୍ମ କଳାକାର । ଘର ଗୋପୀନାଥପୁର ହାଟବଜାର ଜଟଣୀ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ପାଇଁ 750 ଏମ ଏଲ ବୋତଲ ଭିତରେ ଆଇସକ୍ରିମ ଷ୍ଟିକ୍ସରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି । ଏହି କାମ କରିବା ପାଇଁ 10 ଦିନ ସମୟ ଲାଗିଛି । କାମରେ ଆଇସକ୍ରିମ ଷ୍ଟିକ୍ସ, ସିଲଭର ପେପର ଓ ସୁତୁଲି ବ୍ୟବହାର ହୋଇଛି ।
ଗଣେଶ ମୂର୍ତ୍ତିର ଉଚ୍ଚତା 5 ଇଞ୍ଚ ଓସାର ସାଢ଼େ 2ଇଞ୍ଚ, ଅରଖଗଛ ଚେରରୁ ମଧ୍ୟ 1ଇଞ୍ଚ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି ହୋଇଛି । ସୂକ୍ଷ୍ମ କଳା ମାଧ୍ୟମରେ ସମସ୍ତଙ୍କୁ ଗଣେଶ ପୂଜା ର ଶୁଭେଚ୍ଛା ଜଣାଉଛି କଳାକାର ଏଲ ଇଶ୍ୱର ରାଓ । ଯେଉଁମାନେ ପେଣ୍ଡାଲରେ ହେଉ କିମ୍ବା ଘରେ ହେଉ ଗଣେଶ ମୂର୍ତ୍ତି ବସାଇ ପୂଜା କରିଛନ୍ତି । ମାଟିରେ ନିର୍ମିତ ଗଣେଶ ମୂର୍ତ୍ତିକୁ ପୂଜା କରନ୍ତୁ ଯାହାଦ୍ଵାରା ଆମ ପରିବେଶ କୁ ଭଲରେ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି ।

No Result
View All Result