No Result
View All Result
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ମାଲକାନଗିରି ଜିଲ୍ଲା ଶାଖା ଦ୍ଵାରା ଆୟୋଜିତ ଲୋକ କଳା ମହୋତ୍ସବ ୨୦୨୪ ମାଲକାନଗିରି ଜିଲ୍ଲାର ଶିରା ଗୁଡା କଳା ଗ୍ରାମ ଠାରେ ମହାସମାହାରରେ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଭାପତି ଧନୁର୍ଜୟ ହନ୍ତାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର କାମରାଜ କବାସୀ, ମୁଖ୍ୟ ବକ୍ତା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଘେନୁ ମୁଦୁଲି ଏବଂ ସମ୍ମାନୀତ ଅତିଥି ଭାବେ ସଂଘଠାନର ଜିଲ୍ଲା ଉପସଭାପତି ଅମଳ ମଣ୍ଡଳ,
ବାଲିମେଳା ପ୍ରତିନିଧି ଡମ୍ବରୁ ହନ୍ତାଳ, କୋରୁକୋଣ୍ଡା ବ୍ଲକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପଣ୍ଡା, ପଡିଆ ବ୍ଲକ ପ୍ରତିନିଧି ସୁଶ୍ରୀ ସୋନାଲି ପଡ଼ିଆମି ସମେତ କଳାକାର ବାବୁଲାମ ଦେବ, ଯୁଗଳ ଦେବ, ଦିନବନ୍ଧୁ ପ୍ରଧାନ, ପଦ ଲାମ ସଗରିଆ, ସମରା ଦୋରା, ଲକ୍ଷ୍ମଣ ମୁଦୁଲି,ମହିଳା ଶିଳ୍ପୀ ଗୀତା ହୀରା, ଦେବେ ପଡିଆମି ଉରେ ପଡ଼ିଆମୀ, ଗୋବିନ୍ଦ ମଣ୍ଡଳ, ପ୍ରମୁଖ ଯୋଗ ଦେଇ କଳା ହିଁ ଜୀବନ, ଲୋକ କଳାକୁ ବଞ୍ଚାଇ ରଖିବାକୁ ହେଲେ ଏହି କଳାକାରଙ୍କୁ ସରକାର ତୁରନ୍ତ ୨ହଜାରରୁ ୫ହାଜର ଟଙ୍କା ପର୍ଯ୍ୟନ୍ତ କଳାକାର ଭତା ସମେତ ବୀମା ରାଶି ସମେତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏହି ଉତ୍ସଵରେ ଦାବୀ କରାଯାଇଅଛି ।
ଏହି ଉତ୍ସଵରେ ବହୁ ମହିଳା ଓ ପୁରୁଷ କଳାକାର ଯୋଗ ଦେଇ ନିଜେ ନିଜର କଳା ପ୍ରଦର୍ଶନ କରିଥିଲାବେଳେ ଏଥିରେ କୃତୀ କଳାକାରମାନଙ୍କୁ କୁମୁଦିରୀ କଳାରତ୍ନ ୨୦୨୪ ସମ୍ମାନ ସହ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଉ ମଧ୍ୟ ଏହି କଳକାର ସମାବେଶ ଉତ୍ସଵରେ ଦେଶିଆ ନାଟ ପରିବେଷଣ କରାଯାଇଥିଲା ,। ବନ୍ଦେ ଉତ୍କଳ ଲୋକକଳା ମହାସଂଘର ମାଲକାନଗିରି ଜିଲ୍ଲା ଶାଖା ଦ୍ଵାରା ଆୟୋଜିତ ଉତ୍ସବରେ ଜିଲ୍ଲାର କୋଣ ଅନୁକୋଣରେ ଥିବା ଲୁକାଇତ କଳାକାରଙ୍କୁ ଆବିଷ୍କାର କରି ସେମାନଙ୍କର ବିଭିନ୍ନ ଲୋକ କଳାର ବିକାଶ ଘଟାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

No Result
View All Result