No Result
View All Result
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସମଗ୍ର କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି । ଏହାର ପ୍ରଭାବ ବିଭିନ୍ନ ଚାଷ କାର୍ଯ୍ୟ ଉପରେ ଦେଖିବାକୁ ମିଳିଛି । ବିଶେଷ କରି ପନିପରିବା ଚାଷୀ କ୍ଷତି ସହିଛନ୍ତି । ପୂର୍ବ ବର୍ଷ ତୁଳନାରେ ଚିଳିତ ବର୍ଷ କମ ପନିପରିବା ଉତ୍ପାଦନ ହୋଇଛି । ଏକଦା ରାଜ୍ୟକୁ ବିନ୍ସ, ଫୁଲ କୋବି, ବନ୍ଧା କୋବି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ରପ୍ତାନି ହେଉଥିବା ବେଳେ ଚଳିତ ବର୍ଷ ଏହା ଆଉ ଦେଖିବାକୁ ମିଳୁ ନାହିଁ। ଫଳରେ ଅଞ୍ଚଳରେ ବର୍ତ୍ତମାନ ବିନ୍ସ ୮୦ରୁ ୧୦୦ ଟଙ୍କା ଏବଂ ଫୁଲକୋବି ୫୦ରୁ ୬୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି ।
ଏପରିକି କର୍ନାଟକ ଫୁଲୋକୋବି ଓ ବନ୍ଧାକୋବି ରାଇକିଆ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।
ଏହି ଅଞ୍ଚଳରେ ଜଳ ସେଚନର ବିଶେଷ ସୁବିଧା ନ ଥିବାରୁ ଖରିଫ ଋତୁରେ ଅଧିକାଂଶ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି । ହେଲେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖା ଦେଇଛି। ଏ ନେଇ ବରେପାଙ୍ଗା ଅଞ୍ଚଳର ଚାଷୀ ରମେଶ ପ୍ରଧାନ କୁହନ୍ତି, ଚଳିତ ବର୍ଷ ବିନ୍ସ ଚାଷ କରିଥିଲୁ । 
କିନ୍ତୁ ବର୍ଷା ଠିକ ଭାବେ ହେଲା ନାହିଁ । ଫଳରେ ଭଲ ଅମଳ ନ ହେବାରୁ କ୍ଷତି ସହିଲୁ । ଅନ୍ୟପକ୍ଷେ ଧାନ ଚାଷ ଏହି ବର୍ଷାରେ ବିଶେଷ କ୍ଷତି ସମ୍ଭାବନା ଦେଖା ଦେଇନି, ଆଗକୁ ଯଦି ଏହି ପରି କମ ବର୍ଷା ଲାଗି ରହେ ନିଶ୍ଚିତ ଭାବେ ଧାନ ଚାଷ କ୍ଷତି ହେବାର ଆଶଙ୍କା ରହିଛି ବୋଲି ରାଇକିଆ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ କହିଛନ୍ତି ।
No Result
View All Result