ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ବରୀ :- ସେବା,ତ୍ୟାଗ ଓ ବଳିଦାନ ର ପବିତ୍ର ବରୀ ମାଟିର ୬ଜଣ ସୁଯୋଗ୍ୟ ସନ୍ତାନ ଯଥାକ୍ରମେ ଗୋଳକୁଣ୍ଡ ଗ୍ରାମପଞ୍ଚାୟତ ର ସନ୍ଦୀପ ଜେନା, ଅଟିରା ଗ୍ରାମପଞ୍ଚାୟତ ର ଗୋକୁଳ ଚନ୍ଦ୍ର ସାହୁ, ବାଇଁଶିରିଆ ଗ୍ରାମପଞ୍ଚାୟତ ର ରାଜେଶ ସାହୁ, ବାଲିଆ ଗ୍ରାମପଞ୍ଚାୟତ ର ଲକ୍ଷ୍ମଣ ଜେନା, ସେରପୁର ଗ୍ରାମପଞ୍ଚାୟତ ର ପ୍ରକାଶ ସେଠୀ, ରତ୍ନଗିରି ଗ୍ରାମପଞ୍ଚାୟତ ର ସଞ୍ଜୟ ଜେନା ପ୍ରମୁଖ କରୋନା କୁ ପ୍ରତିହତ କରି ବିଜୟୀ ହେବା ପରେ, କରୋନା ନିଦାନ ପାଇଁ ଆବଶ୍ୟକୀୟ ପ୍ଲାଜ୍ମା ଦାନ କରି ଅନ୍ୟ ଆକ୍ରାନ୍ତ ଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ।
ଯାହା ପୁଣିଥରେ ବରୀ ମାଟିକୁ ଗୌରବାନ୍ୱିତ କରିଛି । ଏହି ପରିପ୍ରେକ୍ଷୀରେ ଆଜି ଉପରୋକ୍ତ ସମସ୍ତ କରୋନା ଯୋଦ୍ଧା ଙ୍କୁ ସେମାନଙ୍କ ସେବା ଓ ତ୍ୟାଗ ପାଇଁ ଯାଜପୁର ଜିଲ୍ଲା ରୁ ପ୍ଲାଜ୍ମା ସଂଗ୍ରହ ଦାୟିତ୍ୱ ରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ,ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ କଟକ ଠାରେ ଥିବା ଓ.ଟି.ଡି.ସି ଦ୍ୱାରା ପରିଚାଳିତ ପାନ୍ଥନିବାସ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରିବା ସହ ଅଧିକରୁ ଅଧିକ ସଂଖ୍ୟାରେ ପ୍ଲାଜ୍ମା ଦାନ କରିବାକୁ କରୋନା ଯୋଦ୍ଧା ମାନଙ୍କୁ ନିବେଦନ କରିଛନ୍ତି । ( ବରୀ ରୁ ସ୍ବୟଂପ୍ରକାଶ ଦାସ )