• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମ ‘ନିନାଦ’

Proprietor Abhimanyu Maharana by Proprietor Abhimanyu Maharana
September 6, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମ ‘ନିନାଦ’
Share on FacebookShare on TwitterWhatsapp

ଦିବ୍ୟାଙ୍ଗ ମାନେ ଆମ ଠାରୁ ଅଧିକ କରି ଦେଖାଉଛନ୍ତି । ଭଗବାନଙ୍କର ସେମାନଙ୍କ ଉପରେ ସ୍ବତନ୍ତ୍ର ଆଶୀର୍ବାଦ ରହିଛି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ – ମୁଖ୍ୟମନ୍ତ୍ରୀ

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଦିବ୍ୟାଙ୍ଗ ମାନେ ଆମ ଠାରୁ ଅଧିକ କରି ଦେଖାଉଛନ୍ତି। ଭଗବାନଙ୍କର ସେମାନଙ୍କ ଉପରେ ସ୍ବତନ୍ତ୍ର ଆଶୀର୍ବାଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଭିନ୍ନକ୍ଷମ କଳାକାର ମାନଙ୍କ ଦ୍ବାରା ପରିବେଶିତ ସଂଗୀତ ସଂଧ୍ୟା କାର୍ଯ୍ୟକ୍ରମ ‘ନିନାଦ’ରେ କହିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିନ୍ନକ୍ଷମ ଏକ ଶାରୀରିକ ଅଭାବ ନୁହେଁ, ବରଂ ଏହା ଏକ ମାନସିକ ସ୍ଥିତି। ଆଜିର ଦିବ୍ୟାଙ୍ଗ ମାନେ ଯେଉଁ ଭଳି ସଫଳତା ହାସଲ କରୁଛନ୍ତି, ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ।

ପ୍ୟାରିସରେ ଅନୁଷ୍ଠିତ ହେଉଥିବା ପାରା ଅଲମ୍ପିକ୍‌ସରେ ଭାରତୀୟ ଭିନ୍ନକ୍ଷମ ଖେଳାଳିଙ୍କ ସାମର୍ଥ୍ୟ ଓ କୃତୀ ସମସ୍ତଙ୍କୁ ଗୌରବାନ୍ବିତ କରିଛି । ଏହି ଖେଳାଳି ମାନେ ହେଉଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ୨୦୨୦ ପାରା ଅଲମ୍ପିକ୍‌ସରେ ଆମ ଓଡିଶାର ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ହାସଲ କରି ବିଶ୍ବସ୍ତରରେ ସୁନାମ ଅର୍ଜନ କରିଛନ୍ତି । ତେଣୁ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପୁରାଣରୁ ଉଦାହରଣ ଦେଇ ମହର୍ଷି ଅଷ୍ଟବକ୍ର, କୌରବ ରାଜା ଧୃତରାଷ୍ଟ୍ର ଓ ଗୁରୁ ଶୁକ୍ରାଚାର୍ଯ୍ୟ ପରି ଭିନ୍ନକ୍ଷମ ପୁଣ୍ୟାତ୍ମାମାନେ ଅସମ୍ଭବକୁ ସମ୍ଭବ କରିଛନ୍ତି ବୋଲି ସେ କହିଥିଲେ।

ଆମ ଓଡିଶା ମାଟିରେ ଜନ୍ମିତ ସନ୍ଥକବି ଭୀମଭୋଇଙ୍କ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଭୀମଭୋଇଙ୍କ ରଚନା ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’, ଆଜି ମଧ୍ୟ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରୁଛି। ବିଶିଷ୍ଟ ନୃତ୍ୟ ଶିଳ୍ପୀ ସୁଧାଚନ୍ଦ୍ରନ ଓ ପ୍ରବୀଣ ସଂଗୀତଜ୍ଞ ରବୀନ୍ଦ୍ର ଜୈନ ଭିନ୍ନକ୍ଷମ ହେଲେ ମଧ୍ୟ ପ୍ରତିଭା ବଳରେ ସେମାନେ ଆଜି ଦେଶରେ ପ୍ରତିଷ୍ଠିତ ହୋଇଛନ୍ତି । ସେ କହିଥିଲେ ଯେ ଆଜି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି, ବିଚାରଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସମସ୍ତେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ପାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦିବ୍ୟାଙ୍ଗ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କ ଅଭିଯୋଗ ଗ୍ରହଣ କରାଯାଇ ସମାଧାନର ବ୍ୟବସ୍ଥା କରାଯାଉଛି।

ରାଜ୍ୟରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ସେମାନଙ୍କ ସୁରକ୍ଷା ଓ ଯତ୍ନ ସହିତ ସାମାଜିକ ଜୀବନରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଉଦ୍ୟମ ଜାରି ରହିଛି । ବିଭାଗ ତରଫରୁ ଏହି କ୍ରମର ଏକ ଅନନ୍ୟ ପଦକ୍ଷେପ ହେଉଛି ଆଜିର ଏହି ମ୍ୟୁଜିକାଲ ବ୍ୟାଣ୍ଡର ପରିକଳ୍ପନା ବୋଲି ସେ କହିଥିଲେ । ଏହି ମ୍ୟୁଜିକାଲ ବ୍ୟାଣ୍ଡ ପ୍ରତିଷ୍ଠା ଦିଗରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ପ୍ରଥମେ ଭିନ୍ନକ୍ଷମ ମାନଙ୍କୁ ଦିବ୍ୟାଙ୍ଗ ଭାବେ ନାମକରଣ କରିଥିଲେ । ସରକାରୀ ସ୍ତରରେ ବାହାରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିଛି ସେମାନଙ୍କୁ ସହଯୋଗର ହାତ ବଢାଇ ଆଗକୁ ନେବାପାଇଁ । ଆମ ସମସ୍ତଙ୍କର ସେମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ଆବଶ୍ୟକ। ସମ୍ମାନର ସହ ଜୀବନ ଅତିବାହିତ କରିବା ସେମାନଙ୍କର ଅଧିକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ସମାଜରେ ଅବହେଳିତ ଓ ନିଷ୍ପେସିତଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଆମକୁ ଗୁରୁତ୍ବ ଦେବାକୁ ପଡିବ। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସବ୍‌ କା ସାଥ, ସବ୍‌ କା ବିକାଶ, ସବ୍‌ କା ପ୍ରୟାସକୁ ପାଥେୟ କରି ଭିନ୍ନକ୍ଷମ ମାନଙ୍କ କଲ୍ୟାଣ ସାଧନ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଏଥିରେ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସମସ୍ତଙ୍କ ସହଯୋଗରେ ସେମାନେ ନିଶ୍ଟୟ ଆଗାମୀ ଦିନରେ ଉଦାହରଣ ପାଲଟିବେ ବୋଲି ସେ କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଭିନ୍ନକ୍ଷମ ପ୍ରତିଭା ମାନଙ୍କୁ କଳା ଜଗତରେ ପ୍ରତିଷ୍ଠିତ କରିବା ପାଇଁ ଏହା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅନନ୍ୟ ପ୍ରୟାସ। ବିଭାଗୀୟ ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version