• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ନିୟମିତ ତଦାରଖ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

Proprietor Abhimanyu Maharana by Proprietor Abhimanyu Maharana
September 6, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ନିୟମିତ ତଦାରଖ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
Share on FacebookShare on TwitterWhatsapp

ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ସୂଚନା, ଶିକ୍ଷା ଓ ଯୋଗାଯୋଗ ପାଇଁ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ ସଚେତନତା ରଥ

0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଜି ସଂଧ୍ୟା ସୁଦ୍ଧା କାର୍ଯ୍ୟ ଅଗ୍ରଗତି କିପରି ରହିଛି , ସେ ସଂପର୍କରେ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଭାସୀ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦି ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ମଧ୍ୟ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ଉପରେ ଗୁରୁତ୍ୱ ଦିଆଯାଇଥିଲା । ୧୭ ତାରିଖରେ ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମରେ ପଂଚାୟତ, ବ୍ଲକ, ଜିଲ୍ଲା, ପୌରାଂଚଳ, ମହାନଗର ନିଗମ ସ୍ତରରେ ପ୍ରଦର୍ଶନ ହେବା ନିମନ୍ତେ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ସଚେତନତା ରଥ ସେପ୍ଚେମ୍ବର ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସଚେତନତା ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ, ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।

ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ସବୁ କମନ ସର୍ଭିସ୍ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ସୂଚନା ପ୍ରଚାର ପତ୍ର ଉପଲବ୍ଧ ହେବା ସହିତ ପୋଷ୍ଟର,ବ୍ୟାନର ଆଦି ଲଗାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରଗୁଡ଼ିକ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ଅତ୍ୟଧିକ ଜନ ଗହଳି ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କୌଣସି ଅପରେଟରମାନଙ୍କୁ ଫର୍ମ ଦାଖଲ ପାଇଁ ଆବେଦନକାରୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ । ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନର ଶୁଭାରମ୍ଭ କରାଯିବାକୁ ଥିବାରୁ ଏଥିପାଇଁ ଅଦ୍ୟାବଧି କେତେ ଫର୍ମ ବିତରଣ କରାଯାଇଛି, କେତେ ସଂଗୃହିତ ହୋଇ ପୋର୍ଟାଲରେ ଅପଲୋଡ୍ କରାଯାଇଛି , ତାହାର ସମୀକ୍ଷା କରାଯାଇଥିଲା ।

ସଂଗୃହିତ ଫର୍ମ ଗ୍ରାମ ପଂଚାୟତଓ୍ୱାରୀ ଅଲଗା ଅଲଗା କରାଯାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନ୍ୟାଦେଶ ପର୍ଯ୍ୟନ୍ତ ରହିବ । ଅଦ୍ୟାବଧି ରାଜ୍ୟରେ ପ୍ରାୟ ୪୦ ହଜାର କମନ ସର୍ଭିସ୍ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ଶିବିର କରାଯାଇ ଫର୍ମ ସଂଗ୍ରହ କରାଯାଉଛି । ସମସ୍ତ କେନ୍ଦ୍ରର ତଦାରଖ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପକ୍ଷରେ ନକଲି ଓେୱେବ୍ ସାଇଟ୍ ରେ ଯେପରି ଆବେଦନକାରୀ ଆବେଦନ ନ କରନ୍ତି, ତାହାକୁ ନିଶ୍ଚିତ କରିବା ସହିତ ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଧିକାରୀଙ୍କୁ ସୁଭଦ୍ରା ଯୋଜନା ସଂପର୍କିତ ଏକ୍ସ (ଟ୍ୱିଟର),ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବରେ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଫଲୋ କରିବା ସହିତ ପ୍ରକୃତ ତଥ୍ୟ ଅନୁସରଣ କରିବା ,

ଜିଲ୍ଲାସ୍ତରରେ, ବ୍ଲକ ଓ ବିଭିନ୍ନ ସ୍ତରରେ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମ ଜରିଆରେ ଜନସାଧାରଣ ତଥା ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ସଠିକ ସୂଚନା ପ୍ରଦାନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଆହୁରି ମଧ୍ୟ ଏହି ବୈଠକରେ ଆଗାମୀ ସେପ୍ଟେମ୍ବର ୧୭ ତାରିଖରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଉଥିବାରୁ ଏ ସଂପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସବିଶେଷ ସୂଚନା ପ୍ରଦାନ କରିବା ସହିତ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ ପାଇଁ ଆବଶ୍ୟକ ସୂଚନା ଦେଇଥିଲେ । ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ଅକ୍ଟୋବର ୨ ତାରିଖରେ ‘ସ୍ୱଚ୍ଛ ଭାରତ ଦିବସ’ ଉପଲକ୍ଷେ ‘ସ୍ୱାଭିମାନ ସ୍ୱଚ୍ଛତା – ସଂସ୍କାର ସ୍ୱଚ୍ଛତା’ ଥିମ ଉପରେ ପର୍ଯ୍ୟବସିତ ହେବା ସଂପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ସୂଚନା ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version