No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ ମୁକାମେଶ୍ୱର ଗ୍ରାମର ଗଣେଶ ମଣ୍ଡପ ଛକଠାରେ ଗତ ୩ ତାରିଖ ଦିନ ମହାନଗର ପକ୍ଷରୁ ଏକ ସେମିମାକ୍ସ ଲାଇଟ ଗଣେଶ ପୂଜା ପୂର୍ବରୁ ଲଗାଯାଇ ଥିବାରୁ ଯୁବକ ସଂଘ ଏବଂ ଗଣେଶ ପୂଜା କମିଟି ପକ୍ଷରୁ ମହାନଗର ବିଭାଗୀୟ ଅଧିକାରୀଙ୍କୁ କୃତଞତା ଜଣାଇଛନ୍ତି । ଏହି ଛକରେ ଲାଇଟ ନଥିବାରୁ ଅନ୍ଧକାର ରହୁଥିଲା ।
ଜୟ ମା ନାଣ୍ଡିଆ କ୍ଲବର ସଭାପତି ସରୋଜ କୁମାର ବେହେରା , ଉପସଭାପତି ରତ୍ନାକର ଦାସ , ସଂପାଦକ ରମେଶ ମହାନ୍ତି, ନରେନ୍ଦ୍ର ବେହେରା, ଯୁଧିଷ୍ଠିର ବେହେରା, ବିଜୟ ପୃଷ୍ଟି , ସନ୍ତୋଷ ଲେଙ୍କା, ପଦ ବେହେରା , ଲିପୁନ ଭୋଇ ପ୍ରମୁଖ ଏକ ସ୍ମାରକ ପତ୍ର ସିଏମସି ବିଦ୍ୟୁତ ବିଭାଗର ସିଟି ଇଞ୍ଜିନିୟରଙ୍କୁ ଦେଇଥିଲେ । ସିଟି ବିଦ୍ୟୁତ ବିଭାଗର ଇଞ୍ଜିନିୟର ଏହାକୁ ବିଚାରକୁ ନେଇ ଗଣେଶ ପୂଜା ପୂର୍ବରୁ ଲାଇଟ ଲଗାଇ ଥିବାରୁ ଯୁବକ ସଂଘ ଏବଂ ଗଣେଶ ପୂଜା କମିଟି ଓ ସାହି ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।
No Result
View All Result