ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଏହି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ଅଞ୍ଚଳରେ ଚାଷୀଙ୍କୁ ସାର ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରୀ ସ୍ତରରେ ଠିକ ସମୟରେ ଚାଷୀ ସାର ପାଉ ନ ଥିବା ଏବଂ ବାରମ୍ବାର ଅଭିଯୋଗ ପରେ ଲାଞ୍ଜିଗଡ଼ ସମବାୟ ସମିତିକୁ କେବଳ ୟୁରିଆ ସାର ଆସିବା ଓ ଏହି ସାରକୁ ସ୍ଥାନୀୟ ସମିତିରେ ଦିଆ ନ ଯାଇ ୧୫ ରୁ ୩୦ କିମି ଦୂର ବିଶ୍ୱନାଥପୁରରେ ଦିଆଯିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ଳକରେ ୩ ଗୋଟି ଲ୍ୟାମ୍ପସ ଦ୍ଵାରା ଚାଷୀଙ୍କୁ ସରକାରୀ ଦରରେ ସାର ବିକ୍ରୀ କରିବା ପାଇଁ ଅନୁମତି ଦିଆଯାଇଛି ।
କିନ୍ତୁ ଲାଞ୍ଜିଗଡ଼ ବ୍ଲକରେ ଲାଞ୍ଜିଗଡ଼, ସିକେରକୂପା ଓ ବିଶ୍ୱନାଥପୁର ଲ୍ୟାମ୍ପସ ମଧ୍ୟରୁ କେବଳ ସିକେରକୂପା ଲ୍ୟାମ୍ପସ ହଁ ଚାଷୀଙ୍କୁ ସାର ଯୋଗାଉଛି । ସାର ଯୋଗାଣକୁ ନେଇ ବିଶ୍ଵନାଥପୁର ସମବାୟ ସମିତି ଦାୟିତ୍ଵରେ ଥିବା ଏମ୍ ଡି କମ୍ବୁ ବାରିକଙ୍କୁ ପଚାରିବାରୁ ଚଳିତ ବର୍ଷ ଲାଞ୍ଜିଗଡ଼ ଲ୍ୟାମ୍ପସ ପାଇଁ ୩୪୦ ବସ୍ତା ୟୁରିଆ ସାର ଆସିଛି। ଲକଡାଉନ ଯୋଗୁଁ ଆମେ ଲାଞ୍ଜିଗଡ଼ ନ ନେଇ ବିଶ୍ଵନାଥପୁର ସମବାୟ ସମିତିରେ ସାର ରଖିଛୁ । ଲାଞ୍ଜିଗଡ଼ ଚାଷୀଙ୍କୁ ବିଶ୍ଵନାଥପୁର ଠାରେ ସାର ଦିଆଯିବ ବୋଲି ସୂଚନା ଦେଇଥିଲେ । (ରିପୋର୍ଟ-ପ୍ରଦୀପ କୁମାର ଗଉଡ)