No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା ତୃତୀୟ ଡି ଆର୍ ଏମ୍ କପ୍ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ଆସନ୍ତା ୧୩ ସେପ୍ଟେମ୍ୱର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ଖୋର୍ଦ୍ଧାରୋଡ୍ ମଣ୍ଡଳର ୧୨ ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି ।
ତୃତୀୟ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ଉଦଘାଟନ କରିଛନ୍ତି।ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି.କେ. ବେହେରା ଏବଂ ଆନ୍ୟ ଶାଖା ଅଧିକାରୀ ଉପସ୍ଥିତ ଥିଲେ।
ଅଂଶ ଗ୍ରହଣକାରୀ ଦଳମାନଙ୍କୁ ଶ୍ରୀ ଏଚ୍ ଏସ ବାଜ୍ଵା ଶୁଭେଚ୍ଛା ଜଣାଇବା ସହ ଦଳ କାର୍ଯ୍ୟ ଏବଂ କ୍ରୀଡ଼ା ମନୋଭାବ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ଉଦ୍ଘାଟନୀ ମ୍ୟାଚ ଇଞ୍ଜିନିୟରିଂ ଏଵଂ ଏଲେକ୍ଟ୍ରିକ ଲୋକୋସେଡ୍ ଅନୁଗୁଳ ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ବିଭାଗ ମଧ୍ୟରେ ମୋଟ ୧୨ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍ ୧୩ ସେପ୍ଟେମ୍ୱର ୨୦୨୪ ରେ ଅନୁଷ୍ଠିତ ହେବ।
ତୃତୀୟ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକଙ୍କ ନିର୍ଦ୍ଦେଶନାରେ ଆୟୋଜିତ କରା ଯାଉଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଗୁଡ଼ିକ କ୍ରୀଡ଼ା ସଚିବ ମହମ୍ମଦ ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି ।
No Result
View All Result