No Result
View All Result
0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନିମ୍ନମାନର ଛତୁଆ ଯୋଗାଣକୁ ନେଇ ବିଧାନସଭାରେ କେତେକ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ଏଥିଲାଗି ଗୃହରେ କାର୍ଯ୍ୟାନୁଷ୍ଠାନ ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେବା ସହ ନିମ୍ନମାନର ଛତୁଆ ଯୋଗାଣ କେଉଁ ଅନୁଷ୍ଠାନ କରିଛନ୍ତି, ସେ ବାବଦରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଗୃହରେ ବିବୃତି ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ସୂଚନାଯୋଗ୍ୟ, ଛତୁଆ ଯୋଗାଣକୁ ନେଇ ଆଜି ଗୃହରେ ସରଗରମ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଛତୁଆ ବଦଳରେ ଗହମ ଚିନି କେବଳ ଦିଆଯାଉଛି । ସେ ଛତୁଆକୁ ପିଲା ନୁହେଁ ଗାଈଗୋରୁ ଖାଉଛନ୍ତି । ଭଲ ଛତୁଆ ଯୋଗାଣ ପାଇଁ ଟେଣ୍ଡର ଡାକନ୍ତୁ ସରକାର । ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯାଞ୍ଚ ପାଇଁ ସୁପରଭାଇଜର ଏବଂ ମାତୃ କମିଟି ଗଠନ ହୋଇଛି । ସେମାନେ ଯାଞ୍ଚ କରୁଛନ୍ତି ।
No Result
View All Result