No Result
View All Result
0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜାତୀୟ ଟିଭି ସାମ୍ବାଦିକଙ୍କୁ ମନ୍ତ୍ରୀଙ୍କ ଚାମ୍ବର କୁ ବାଇଟ ପାଇଁ ଯିବାକୁ ହେଲେ ପାସ୍ ଥିଲେ ମଧ୍ୟ ବିଧାନସଭା ଏସପି ଙ୍କ ଅନୁମତି ନେବାକୁ ପଡେ.ଏପରିକି ଉପ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା କର୍ମୀଙ୍କୁ ପଠାଇଲେ ମଧ୍ୟ ମୁଖ୍ୟ ଦ୍ୱାର ରେ ଥିବା ସୁରକ୍ଷା ଅଧିକାରୀ ଏସପି ଙ୍କ ଠାରୁ ଅନୁମତି ନେବା ପରେ ସେମାଙ୍କୁ ଛଡା ଯାଏ. ବିଧାନସଭା ରେ ଭିଭିଆଇପି ସୁରକ୍ଷା ପାଇଁ ଏହିପରି ଭାବରେ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଚ୍ଛି l

ଅଥଚ 31.8.24 ରାତି 8.37 ମିନିଟରେ ମୁଖ୍ୟମନ୍ତ୍ରୀ ବିଧାନସଭା ରେ ନିକ ଉତ୍ତର ରଖି ଫେରିବା ପୂର୍ବରୁ ଉପରୋକ୍ତ ଜଣେ ବ୍ୟକ୍ତି ନିଜକୁ ବିଜେପି ନେତା କହି ସୁରକ୍ଷା କର୍ମି ଏବଂ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ନିଜ ପାୱାର ଦେଖାଇବା ପାଇଁ ନାଲି ଆଖି ଦେଖାଇ ଦୁର୍ବ୍ୟବହାର କରୁଥିଲେ.ଜଣେ ସାମ୍ବାଦିକ ଏହାର ପ୍ରତିବାଦ କରି ଥିଲେ. ସେ ପାସ୍ କଥା ପଚାରିବାରୁ କହିଲେ ଯେ ସେ କୋରାପୁଟ ଜିଲ୍ଲା ବିଜେପି ର ଭାଇସ ପ୍ରେସିଡେଣ୍ଟ ଓ ସେ କୋରାପୁଟ ବିଧାୟକ ରଘୁରାମ ମାଛ ଙ୍କ ସହ ଆସିଥିବା କିଛି ସାମ୍ବାଦିକଙ୍କୁ କହି ଘଟଣାସ୍ଥଳ ରୁ ଫେରାର ହୋଇ ଯାଇ ଥିଲେ l

ଏ ସମ୍ପର୍କରେ ବିଧାୟକ ଙ୍କୁ ପଚାରିବାରୁ ସେ ତାଙ୍କୁ ଚିହିଁ ନ ଥିବା କିମ୍ବା କୌଣସି ପାସ୍ ଦେଇ ନା ଥିବା କହି ଥିଲେ. ଏପରି ଅନେକ ଅସାମାଜିକ ଦଲାଲ ଏବେ ବିଧାନସଭା ଏବଂ ସଚିବାଳୟ ଭିତରେ ବୁଲୁଛନ୍ତି. ତା ହେଲେ ଆମ ଭିଭିଆଇପି କେତେ ସୁରକ୍ଷୀତ ଗୁଇନ୍ଦା ବିଭାଗ ତଦନ୍ତ କରନ୍ତୁ. ବିନା ପାସ୍ ରେ ବିଧାୟକ ଙ୍କ ଗାଡ଼ିରେ ମନଇଚ୍ଛା ପ୍ରବେଶ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ଅଙ୍କୁଶ ଲଗାଯିବା ଆବଶ୍ୟକତା ରହିଛି . ଅନ୍ୟଥା କେତେ ବେଳେ କଣ ଘଟଣା ଘଟିବ କହି ହେବ ନାହିଁ l
No Result
View All Result