No Result
View All Result
0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦେବଦାସୀ ଅନୁଷ୍ଠାନର ଆନୁକୂଲ୍ୟରେ ୧୯ତମ ବାର୍ଷିକ ନୃତ୍ୟ ଉତ୍ସବ ଉତ୍କଳ ରଙ୍ଗମଞ୍ଚ (ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର), ଭୁବନେଶ୍ବରରେ ତା୨.୯.୨୦୨୪ ଓ ୩.୯.୨୦୨୪ ରିଖ ଦିନ ସଧା ଘ ୬.୩୦ ମିନିଟ ସମୟରେ ସଭାପତି ଶ୍ରୀଯୁକ୍ତ ଦେବୁ ବ୍ରହ୍ମା ଓ ସମ୍ପାଦକ ଶ୍ରୀମତୀ ରୋଜାଲିନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି । ସଂଯୋଜନା କରିଥିଲେ ଶ୍ରୀ ଶ୍ରୀନିବାସ ଘଟୁଆରି ।
କାର୍ଯ୍ୟକ୍ରମ ରେ ଦେବଦାସୀ ଅନୁଷ୍ଠାନ ତରଫରୁ ମୀରା ଏକ ବୃନ୍ଦନୃତ୍ୟ ପରିବେଷଣ କରାଯିବ, ଦୁଇ ଯୁବ ଓଡିସୀ ନୃତ୍ୟ ଶିଳ୍ପୀ କଲ୍ୟାଣୀ ମହାନ୍ତି ଓ ମମତା ବରିହା ହେତ ଓଡିସୀ ନୃତ୍ୟ ପରିବେଷଣ କରିବେ, ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନି ଦାସ ଏକକ ନୃତ୍ୟ ଓ ଶେଷରେ ସମ୍ବଲପୁରୀ ନୃତ୍ୟ ଦେବଦାସୀ ଅନୁଷ୍ଠାନ ତରଫରୁ ପରିବେଷଣ କରାଯିବ । ଉକ୍ତ ଉତ୍ସବରେ ଶ୍ରୀ ବାବୁ ସିଙ୍ଘ ସନମାନନୀୟ ବିଧାୟକ,ଭୁବନେଶ୍ଵର (ଏକାମ୍ର), ଶ୍ରୀ ଅମର କୁମାର ନାୟକ, ସନମାନନୀୟ ବିଧାୟକ (ବଡଚଣା), ଶ୍ରୀ ପ୍ରବୋଧ ରଥ, ସମ୍ପାଦକ ଓଡିଶା ସଙ୍ଗୀତ ନାଟକ ଆକାଡ଼େମୀ,
ସୁନାମଧନ୍ୟ ଗୁରୁଶ୍ରୀ ଗଜେନ୍ଦ୍ର ପଣ୍ଡା ଓଡିଶୀ ନୃତ୍ୟ ପ୍ରଦର୍ଶକ ଓ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପୂର୍ବତନ ବିଧାୟକ, ଭୁବନେଶ୍ବର ଅତିଥ୍ଭାବେ ଯୋଗଦାନ କରିବେ । ଆଜିର କାର୍ଯ୍ୟକ୍ରମ ରେ ଦେବଦାସୀ ଅନୁଷ୍ଠାନ ତରଫରୁ ନୃତ୍ୟଞ୍ଜଳି ସନମାନ-୨୪ ଗୁରୁ ଶ୍ରୀ ଧନେଶ୍ଵର ସ୍ବାଇଁ, ପ୍ରତିଷ୍ଠିତ ମର୍ଦଳ ବାଦକ (ଜାତୀୟ ସଙ୍ଗୀତ ନାଟକ ଆକାଡ଼େମୀ ପୁରସ୍କୃତ) ପ୍ରଥମ ଶ୍ରୀ ଧ୍ରୁବ ଚରଣ ମହାପାତ୍ର ସନମାନ-୨୪ ଶ୍ରୀ ଦେବା କୁମାର ବ୍ରହ୍ମା ,ସୁନାମ ଧନ୍ୟ ନାଟକ ଓ ଚଳଚିତ୍ର କଳାକାର ଙ୍କୁ ୨୦୨୪ ପାଇଁ ଦିଆଯାଉଛି ।
No Result
View All Result